ଟ୍ୱିନ ସିଟିରେ ପ୍ରବଳ କୁହୁଡି

ଟ୍ୱିନ ସିଟିରେ ପ୍ରବଳ କୁହୁଡି

 ଟ୍ୱିନ ସିଟିରେ ପ୍ରବଳ କୁହୁଡି

ଭୁବନେଶ୍ୱର/କଟକ: ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ ।

ଯାତାୟତରେ ବାଧା ସୃଷ୍ଟି ହେଉଛି। ଫଳରେ ଲୋକମାନେ ଲାଇଟ୍‌ ଲଗାଇ ଯିବାଆସିବା କରୁଛନ୍ତି। ଧଳା ଚାଦରର ଆସ୍ତରଣ ତଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚି ଯାଇଥିଲା। ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢିବାରେ ଲାଗିଛି । ତାପମାତ୍ରା କମୁଥିବାବେଳେ କୁହୁଡି ଲୋକଙ୍କୁ ହଇରାଣ କରିଦେଇଛି।