ବିଦେଶୀ ପକ୍ଷୀଙ୍କ ଆଗମନରେ ସୁନ୍ଦର ହୋଇଛି ଭିତରକନିକା

ବିଦେଶୀ ପକ୍ଷୀଙ୍କ ଆଗମନରେ ସୁନ୍ଦର ହୋଇଛି ଭିତରକନିକା

ବିଦେଶୀ ପକ୍ଷୀଙ୍କ ଆଗମନରେ ସୁନ୍ଦର ହୋଇଛି ଭିତରକନିକା

କେନ୍ଦ୍ରାପଡ଼ା: ଭିତରକନିକାରେ ରଙ୍ଗବେରଙ୍ଗ ପକ୍ଷୀଙ୍କ ଭିଡ଼। ଜାତୀୟ ଉଦ୍ୟାନର ଆଭ୍ୟନ୍ତରୀଣ ଅଞ୍ଚଳ ସହ ଗହୀରମଥା ଓ ବିଭିନ୍ନ ଜଳାଶୟ ମାନଙ୍କରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ । ଶୀତଋତୁର ଆରମ୍ଭରେ ଏହି ପକ୍ଷୀମାନେ ଆସିବା ସହିତ ଗ୍ରୀଷ୍ମଋତୁର ଆରମ୍ଭରେ ଫେରି ଯାଇଥାନ୍ତି।

ଘଡିଆମାଳ ଗାଁ ନିକଟରେ ବହି ଯାଇଥିବା ପାଟ୍ଟଶାଳା ନଦୀର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଦୁବହଂସ ଦେଖିବାକୁ ମିଳୁଛି। ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଦଳ ଗଠନ କରାଯାଇଛି। ଏହି ପକ୍ଷୀ ସମୂହ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ୨୦୦୨ରେ ରାମସର ସାଇଟ୍‌ର ମାନ୍ୟତା ମିଳିଥିଲା ।

ବାର୍ଡ ଫ୍ଲୁ ଆଶଙ୍କା ଥିବାରୁ ବନବିଭାଗ ପକ୍ଷରୁ ପକ୍ଷୀ ମାନଙ୍କର ନମୁନା ପରୀକ୍ଷା କରାଯାଇଛି । ଯେଉଁଥିରେ ବାର୍ଡ ଫ୍ଲୁ ଆଶଙ୍କା ନଥିବା ନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।