ଟଳିଲେ ୪ ନକ୍ସଲ

ଟଳିଲେ ୪ ନକ୍ସଲ

 ଟଳିଲେ ୪ ନକ୍ସଲ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ପକ୍ଷ ଭିତରେ ପ୍ରବଳ ଗୁଳିଗୋଳା ବର୍ଷା ହୋଇଛି। ସିଆରପିଏଫ୍, ଡିଆରଜି ଓ ଏସ୍‌ଟିଏଫ୍ ଯବାନଙ୍କ ମିଳିତ ଏନ୍‌କାଉଣ୍ଟର କରାଯାଇଥିଲା। ଏଥିରେ ଚାରି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଭିତରେ ୨ ଜଣ ମହିଳା ରହିଛନ୍ତି।

ସୂଚନା ମୁତାବକ, ବିଜାପୁରର ମିରତୁର ଥାନା ଅଂଚଳ ପମେଡା ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ସୂଚନା ପାଇଥିଲେ ସୁରକ୍ଷାକର୍ମୀ। ଯାହାକୁ ଆଧାର କରି  ଯବାନମାନେ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ  ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ। ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ଚାରି ନକ୍ସଲମାନେ ପ୍ରାଣ ହରାଇଥିଲେ, ଯେତେବେଳେ କି ଅନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ଛତ୍ର ଭଙ୍ଗ ଦେଇଥିବା ନକ୍ସଲଙ୍କ ଭିତରୁ ୩ରୁ ୪ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରୁ ବନ୍ଧୁକ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।