କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ

କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ

 କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ରାଜ୍ୟରେ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ ବୈଠକ ଚାଲୁ ରହିଛି । ବୈଠକରେ ଏସଆରସି, ବରିଷ୍ଠ ଅଧିକାରୀ , ଉନ୍ନୟନ କମିଶନର ଓ ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଡିଏମଇଟି ଓ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି । ରାଜ୍ୟରେ ସଂକ୍ରମଣ ବୃଦ୍ଧି ପରେ ସରକାର ଚିନ୍ତା ବଢିଛି । ଆଜି ରାଜ୍ୟରୁ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ବୈଠକ ବସିଛି । ପ୍ରକାଶ ଯେ, ପୁଣି ଓଡ଼ିଶାକୁ ଘାରିଛି କରୋନା ଭୟ । ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁହେଉଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି ରାଜ୍ୟରେ ପୁଣି ନୂଆ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭୟ ଭିତରେ ରାଜଧାନୀ ଭୁବନେଶ୍ୱରରେ XIMB ନାମକଏକ ନାମକ ଘରୋଇ ଶିକ୍ଷାନୁଷ୍ଠାନରେ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ଉକ୍ତ ଅନୁଷ୍ଠାନକୁ ସିଲ କରାଯାଇଛି ।