ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ
ଭୁବନେଶ୍ୱର: ଗତ ୪ ବର୍ଷରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ମୋଟ ୧୮ ହଜାର ୬୮୩ ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ରାଜ୍ୟରେ ରାସ୍ତା ଦୁର୍ଘଟଣା ନେଇ ବିଧାନସଭରେ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୧୬ରେ ୧୦,୫୩୨ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମୋଟ ୪୪୬୩ଜଣଙ୍କ ମୃତୁ୍ୟ ହୋଇଛି । ୨୦୧୭ରେ ୧୦୮୫୫ଟି ଦୁର୍ଘଟଣା ଘଟି ମୋଟ ୪୭୯୦ ଜଣଙ୍କ ମୃତୁ୍ୟ ହୋଇଛି । ୨୦୧୮ରେ ୧୧୨୬୨ଟି ଦୁର୍ଘଟଣାରେ ୫୩୧୫ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ୨୦୧୯ ସେପ୍ଟେମ୍ବର ଯାଏ ୮୨୦୩ଟି ଦୁର୍ଘଟଣାରେ ୪୧୧୫ ଜଣଙ୍କ ଜୀବନ ଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।