ଓଡ଼ିଶା ଉପରେ ଏବେ କେନ୍ଦ୍ରୀୟ ସଂଗଠନର ନଜର ରହିଛି : ଅପରାଜିତା ଷଡ଼ଙ୍ଗୀ
ଓଡ଼ିଶା ଉପରେ ଏବେ କେନ୍ଦ୍ରୀୟ ସଂଗଠନର ନଜର ରହିଛି : ଅପରାଜିତା ଷଡ଼ଙ୍ଗୀ
admin
May 3, 2021 - 09:21
Updated: May 3, 2021 - 09:21
ଭୁବନେଶ୍ୱର: ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ଏବେ ରଣନୀତି ପ୍ରସ୍ତୁତି କରୁଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳା ନେଇ ନିଜର ପ୍ରତିକ୍ରିୟା ଦେବା ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ, ଆଶାନୁରୂପ ଫଳ ମିଳିନଥିଲେ ମଧ୍ୟ ସନ୍ତୋଷଜନକ ପ୍ରଦର୍ଶନ କରିଛୁ । ପଶ୍ଚିମବଙ୍ଗରେ ଆସନ ବଢିଛି । ଆସାମରେ ଆମେ ପୁଣି ଶାସନକୁ ଫେରିଛୁ । କେରଳ ଓ ତାମିଲନାଡ଼ୁରେ ମଧ୍ୟ ଆମର ଆସନ ପ୍ରତିଶତ ବଢିଛି । ଓଡ଼ିଶାକୁ ଫୋକସ କରାଯାଇଛି । ଓଡ଼ିଶା ଉପରେ ଏବେ କେନ୍ଦ୍ରୀୟ ସଂଗଠନର ନଜର ରହିଛି । ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ତିଆରି କରୁଛନ୍ତି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଥିେ ଯେ, ପଶ୍ଚିମବଙ୍ଗରେ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗ ଧରିଥିଲେ ବି ମମତାଙ୍କ ଲ୍ୟାଣ୍ଡ ସ୍ଲାଇଡ ଭିକ୍ଟ୍ରି ହୋଇଛି । ମମତାଙ୍କ ଭୋଟ ପ୍ରତିଶତ ବଢିଛି । ଆଞ୍ଚଳିକ ଦଳ ଦବଦବା ଜାହିର କରିଛି । ଆଞ୍ଚଳିକ ଦଳର ପ୍ରଭାବ ରହିଛି ଓ ଲୋକଙ୍କ ସଦ୍ଧିଚ୍ଛା ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଥିଲେ ।