ଉଭୟ ବାପ ପୁଅ ମାତ୍ର କିଛି ଘଣ୍ଟା ବ୍ୟବଧାନରେ କରୋନାରେ ପ୍ରାଣ ହରାଇଥିଲେ

ଉଭୟ ବାପ ପୁଅ ମାତ୍ର କିଛି ଘଣ୍ଟା ବ୍ୟବଧାନରେ କରୋନାରେ ପ୍ରାଣ ହରାଇଥିଲେ

 ଉଭୟ ବାପ ପୁଅ ମାତ୍ର କିଛି ଘଣ୍ଟା ବ୍ୟବଧାନରେ କରୋନାରେ ପ୍ରାଣ ହରାଇଥିଲେ
ମୁମ୍ବାଇ: କରୋନା ଦ୍ୱାରା ସଂକ୍ରମିତ ହୋଇ ମହାରାଷ୍ଟ୍ରରେ ଡାକ୍ତର ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତି ଡକ୍ଟର ନଗେନ୍ଦ୍ର ମିଶ୍ର (୫୮ ବର୍ଷ) ଏବଂ ତାଙ୍କ ପୁଅ ସୁରଜ (୨୮ ବର୍ଷ) ଙ୍କର ମୃତୁ୍ୟ ହୋଇଛି । ତାଙ୍କ ପୁଅ ମଧ୍ୟ ଜଣେ ଡାକ୍ତର ଥିଲେ । ଉଭୟ ବାପ ପୁଅ ମାତ୍ର କିଛି ଘଣ୍ଟା ବ୍ୟବଧାନରେ ପ୍ରାଣ ହରାଇଥିଲେ । ଏବେ ସୁରଜଙ୍କ ମାଆ ବି କରୋନା ଦ୍ୱାରା ସଂକ୍ରମିତ ହୋଇ ଚିକିତ୍ସିତ ହେଉଚନ୍ତି । ମହାରାଷ୍ଟ୍ରରେ କରୋନା ଯୋଗୁ କିପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଏହି ଡାକ୍ତର ପରିବାର ସହିତ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଛି । ଗୋଟିଏ ପରିବାରର ତିନି ଜଣ ସଦସ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ମଧ୍ୟ ସେମାନଙ୍କୁ ଗୋଟିଏ ହସ୍ପିଟାଲରେ ବେଡ ମିଳିନଥିଲା । ତିନି ଜଣ ତିନୋଟି ପୃଥକ ମହାନଗର ନିଗମ ଅଞ୍ଚଳରେ ଥିବା ହସ୍ପିଟାଲ ଚିକିତ୍ସିତ ହେଉଥିଲେ ।