ଆତଙ୍କୀ ଗୁମର ଖୋଲିଲେ ଇମ୍ରାନ

ଆତଙ୍କୀ ଗୁମର ଖୋଲିଲେ ଇମ୍ରାନ

 ଆତଙ୍କୀ ଗୁମର ଖୋଲିଲେ ଇମ୍ରାନ
ନୂଆଦିଲ୍ଲୀ:ଆତଙ୍କବାଦ ସହ ପାକିସ୍ତାନର ସଂପର୍କକୁ ସ୍ୱୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ପାକିସ୍ତାନରେ ଆତଙ୍କବାଦ ପାଇଁ ପରୋକ୍ଷରେ ଆମେରିକା ଦାୟୀ କରିଛି ପାକିସ୍ତାନ । ରୁଷର ଏକ ନୁ୍ୟଜ୍ ଚ୍ୟାନେଳକୁ ସାକ୍ଷାତକାରେ ଇମ୍ରାନ ଖାନ ବୟାନ ଦେଇଛନ୍ତି । ୧୯୮୦ରେ ରୁଷ ବିପକ୍ଷରେ ଯୁଦ୍ଧ ପାଇଁ ପାକିସ୍ତାନ ଜିହାଦିଙ୍କୁ ପ୍ରସ୍ତୁତ କରିଥିଲା । ଆଫଗାନିସ୍ତାନରେ ରୁଷ ବିପକ୍ଷରେ ଯୁଦ୍ଧ ପାଇଁ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଗଲା । ଏଭଳି ଶୀଳତ ଯୁଦ୍ଧ ବେଳେ ପାକିସ୍ତାନ ଆମେରିକାକୁ ସାହାଯ୍ୟ କରିଥିଲା ବୋଲି ଇମ୍ରାନ କହିଛନ୍ତି । ଜିହାଦୀଙ୍କ ଟ୍ରେନିଂରେ ଖର୍ଚ୍ଚ ଆମେରିକାର ସିଆଇଏ ଦେଉଥିଲା । ଏହି ଯୁଦ୍ଧରେ ପାକିସ୍ତାନ ୭୦ ହଜାର ଲୋକ, ୧୦୦ ବିଲିଅନ ଡଲାର ହରାଇଛୁ । କିନ୍ତୁ ଏବେ ଆଫଗାନିସ୍ତାନ ସ୍ଥିତି ପାଇଁ ଆମେରିକା ଆମକୁ ଦାୟୀ କରୁଛି ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି । ବର୍ତମାନ ସେହି ଜିହାଦୀଙ୍କୁ ଆମେରିକା ଆତଙ୍କବାଦୀ ଘୋଷଣା କରୁଛି । ଯାହାକି ବହୁତ ବଡ ବିରୋଧାଭାସ ବୋଲି ଇମ୍ରାନ ଖାନ୍ କହିଛନ୍ତି ।