‘ମୋ ଗୁହାଳ ସ୍କିମ୍‌’ ପାଇଁ ନେଉଥିଲେ ଲାଂଚ, ମାଡିବସିଲା ଭିଜିଲାନ୍ସ

‘ମୋ ଗୁହାଳ ସ୍କିମ୍‌’ ପାଇଁ ନେଉଥିଲେ ଲାଂଚ, ମାଡିବସିଲା ଭିଜିଲାନ୍ସ

‘ମୋ ଗୁହାଳ ସ୍କିମ୍‌’ ପାଇଁ ନେଉଥିଲେ ଲାଂଚ, ମାଡିବସିଲା ଭିଜିଲାନ୍ସ

ଖଲ୍ଲିକୋଟ: ‘ମୋ ଗୁହାଳ ସ୍କିମ୍‌’ରେ ଗୁହାଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କନିଷ୍ଠ ଯନ୍ତ୍ରୀ  ସୁଧାଂଶୁ ଶେଖର ମଲ୍ଲିକ।

କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଲାଞ୍ଚ ମାଗୁଥିବା ନେଇ ବୁରୁଝୁରୀ ପଞ୍ଚାୟତର ଉକ୍ତ ହିତାଧିକାରୀ ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଯୋଜନା ମୁତାବକ ଉକ୍ତ ହିତାଧିକାରୀ ଜଣଙ୍କ ଜେଇ ଶ୍ରୀ ମଲ୍ଲିକଙ୍କୁ ବ୍ଲକ୍ କାର୍ୟ୍ୟାଳୟରେ ୭ ହଜାର ଟଙ୍କା ଦେଇଥିଲେ। ଶ୍ରୀ ମଲ୍ଲିକ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହା ସହିତ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଖୋଳତାଡ଼ ଜାରି ରହିଛି।