୯ଟି କର୍କଟ ରୋଗ ଔଷଧ ଦର କମିଲା

୯ଟି କର୍କଟ ରୋଗ ଔଷଧ ଦର କମିଲା

୯ଟି କର୍କଟ ରୋଗ ଔଷଧ ଦର କମିଲା
ନୂଆଦିଲ୍ଲୀ: କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୯ଟି େଔଷଧ ଦରରେ ବୃହତ ହ୍ରାସ କରାଯାଇଛି । କେତେକ ଔଷଧ ଦରରେ ୮୭% ପର୍ଯ୍ୟନ୍ତ ହ୍ରାସ ଘୋଷଣା କରାଯାଇଛି । ଔଷଧ ନିର୍ମାତାଙ୍କ ଠାରୁ ତଥ୍ୟ ସଂଗ୍ରହ ପରେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ଗତ ୧୫ ତାରିଖରେ ଏ ସଂକ୍ରାନ୍ତରେ ନିଷ୍ପତି ନେଇଛି । ଏହି ଔଷଧ ଗୁଡିକ ମଧ୍ୟରେ ଫୁସଫୁସ ଚିକିତ୍ସା ପାଇଁ ବହୁଳ ବ୍ୟବହୃତ କେମୋଥେରାପି ଇଜେକ୍ସନ ପେମିଟ୍ରେକ୍ସଡ(୫୦୦ ମିଗ୍ରା ରହିଛି) । ଏହି ଔଷଧ ପେମକ୍ସେଲ ବ୍ରାଣ୍ଡ ନାମରେ ବିକ୍ରି ହେଉଛି । ଏହାର ମୂଲ୍ୟ ୨୨ ହଜାର ଟଙ୍କାରୁ ୨୮୦୦ ଟଙ୍କାକୁ କମିଯାଇଛି । ସେଭଳି ୧୦୦ ମିଲିଗ୍ରାମର ଏହି ଇଜେକ୍ସନ ମୂଲ୍ୟ ୭୭୦୦ ଟଙ୍କା ପରିବର୍ତେ ୮୦୦ ଟଙ୍କାକୁ ହ୍ରାସ ପାଇଛି । ସେଭଳି ଏରଲୋଟିନିବ ବଟିକା ଯାହା ଏାଲୋଟାଜ ନାମରେ ବିକ୍ରି ହେଉଛି ତାହାର ମୂଲ୍ୟ ୬୬୦୦ ଟଙ୍କାରୁ ୧୮୪୦ ଟଙ୍କାକୁ କମିଛି ।