୭୨ ପ୍ରତିଶତ ବଂଶଜ ଭାରତୀୟଙ୍କ ପସନ୍ଦ ଜୋ ବିଡେନ : ସର୍ଭେ

୭୨ ପ୍ରତିଶତ ବଂଶଜ ଭାରତୀୟଙ୍କ ପସନ୍ଦ ଜୋ ବିଡେନ : ସର୍ଭେ

୭୨ ପ୍ରତିଶତ ବଂଶଜ ଭାରତୀୟଙ୍କ ପସନ୍ଦ ଜୋ ବିଡେନ : ସର୍ଭେ
ନ୍ୟୁୟର୍କ : ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଭୋଟରଙ୍କ ପ୍ରଥମ ପସନ୍ଦ ରହିଛନ୍ତି ଜୋ ବିଡେନ୍ । ଟ୍ରମ୍ପଙ୍କୁ ପଛରେ ପକାଇ ଭାରତୀୟ ଭୋଟରଙ୍କ ତାଲିକାରେ ସବ୍ରାଗ୍ରେ ରହିଛନ୍ତି ବିଡେନ । ଆଇଏଏଏସ୍ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି । ମାତ୍ର ୨୨ ପ୍ରତିଶତ ଆମେରିକୀୟ ଭାରତୀୟ ଟ୍ରମ୍ପଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି । ୯୩୬ ଜଣ ଆମେରିକୀୟ ଭାରତୀୟଙ୍କୁ ନେଇ ଏକ ଅନଲାଇନ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି । ୫୬ ପ୍ରତିଶତ ଭୋଟର ନିଜକ ଡେମୋକ୍ରାଟ ଦଳର ସମର୍ଥକ କହିଥିବା ବେଳେ ୧୫ ପ୍ରତିଶତ ନିଜକୁ ରପବ୍ଲିକାନ ଦଳର ସମର୍ଥକ କହିଥିଲେ । ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ପାଇଁ ବିଡେନଙ୍କୁ ଏହି ଭୋଟରଙ୍କ ସମର୍ଥନ ମିଳୁଥିବା ନେଇ କୁହାଯାଇଛି ।