୫ ରାଜ୍ୟରେ କଂଗ୍ରେସ ସଭାପତିଙ୍କ ଇସ୍ତଫା; ଏହି ବରିଷ୍ଠ ନେତାଙ୍କୁ ମିଳିଲା ରାଜ୍ୟ ଦାୟିତ୍ବ

୫ ରାଜ୍ୟରେ କଂଗ୍ରେସ ସଭାପତିଙ୍କ ଇସ୍ତଫା; ଏହି ବରିଷ୍ଠ ନେତାଙ୍କୁ ମିଳିଲା ରାଜ୍ୟ ଦାୟିତ୍ବ

୫ ରାଜ୍ୟରେ କଂଗ୍ରେସ ସଭାପତିଙ୍କ ଇସ୍ତଫା; ଏହି ବରିଷ୍ଠ ନେତାଙ୍କୁ ମିଳିଲା ରାଜ୍ୟ ଦାୟିତ୍ବ

ନୂଆଦିଲ୍ଲୀ: ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ସମ୍ପୃକ୍ତ ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦିଆଯାଇଥିଲା। ସେମାନଙ୍କ ସ୍ଥାନରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯିବ। ତେବେ ଏନେଇ ଏଆଇସିସିସି ପକ୍ଷରୁ ନବ ନିଯୁକ୍ତ ପିସିସି ସଭାପତିଙ୍କ ନାମ ଘୋଷଣା କରାଯିବା ପୂର୍ବରୁ ସେହି ସବୁ ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ଏବଂ ଦଳର ପରାଜୟକୁ ସମୀକ୍ଷା କରିବାକୁ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି। ଗୋଆ ଲାଗି ରଜନୀ ପାଟିଲ, ମଣିପୁରରେ ଜୟରାମ ରମେଶ, ପଞ୍ଜାବର ଅଜୟ ମାକେନ, ଉତ୍ତରପ୍ରଦେଶରେ ଜିତେନ୍ଦ୍ର ସିଂ ଏବଂ ଉତ୍ତରାଖଣ୍ଡର ଅବିନାଶ ପାଣ୍ଡେଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ସେମାନଙ୍କୁ ଏହି ଦାୟିତ୍ବ ଦେଇଛନ୍ତି। ସମ୍ପୃକ୍ତ ରାଜ୍ୟରେ ସାଙ୍ଗଠନିକ ନେତୃତ୍ୱ ପରିବର୍ତ୍ତନ କରି କଂଗ୍ରେସ ଘର ସଜାଡ଼ିବା ଆରମ୍ଭ କରିଛି। ଗତ ମାର୍ଚ୍ଚ ୧୫ ତାରିଖରେ ସମ୍ପୃକ୍ତ ରାଜ୍ୟର ପୂର୍ବରୁ ଥିବା ପିସିସିସି ସଭପତିମାନଙ୍କୁ ଇସ୍ତଫା ଦେବାକୁ  ନିର୍ଦ୍ଦେଶ ଦେଇଥିଲେ ସୋନିଆ ଗାନ୍ଧି ।

ଦୁର୍ବଳ ପ୍ରଦର୍ଶନ ପାଇଁ ଅପମାନକୁ ହଜମ କରିନପାରି ନଥିଳା ଦଳ। ଅନ୍ୟପକ୍ଷରେ ଦଳର ଏଭଳି ଖରାପସ୍ଥିତି ପାଇଁ ଗାନ୍ଧି ପରିବାରକୁ ଦାୟୀ କରି ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର ଉଠିଥିଲା। ତେଣୁ ତୁରନ୍ତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କାର୍ୟ୍ୟକାରିଣୀ ବୈଠକ ଡାକି ପରାଜୟର ସମୀକ୍ଷା କରିଥିଲେ। ହେଲେ ବୈଠକରେ ସୋନିଆଙ୍କ ନେତୃତ୍ୱକୁ ନପୁନର୍ବାର ଆସ୍ଥା ପ୍ରକଟ କରାଯାଇଥିଲା। ଏହା ପରେ ଆକ୍ସନମୋଡ୍କୁ ଆସି ୫ ରାଜ୍ୟର ପିସିସି ସଭାପତିଙ୍କୁ ହଟାଇ ଦେଇଥିଲେ ସୋନିଆ।