୫ ମାସରେ ଆଦାୟ ହେଲାଣି ୨ କୋଟି ୪୨ ଲକ୍ଷ ଜରିମାନା

୫ ମାସରେ ଆଦାୟ ହେଲାଣି ୨ କୋଟି ୪୨ ଲକ୍ଷ ଜରିମାନା

୫ ମାସରେ ଆଦାୟ ହେଲାଣି ୨ କୋଟି ୪୨ ଲକ୍ଷ ଜରିମାନା
ଭୁବନେଶ୍ୱର : ସୁଧୁରୁ ନାହାନ୍ତି ଅମାନିଆ । କରୋନା ଯେତିକି କାୟା ମେଲାଉଛି କୋଭିଡ ୧୯ ଆଇନ ଅମାନିଆଙ୍କ ସଂଖ୍ୟା ବି ସେତିକି ବଢ଼ିବାରେ ଲାଗିଛି । ଏପି୍ରଲରୁ ସେପ୍ଟେମ୍ବର ମାସ ଅର୍ଥାତ ୫ ମାସ ମଧ୍ୟରେ ଟ୍ୱିନ ସିଟିର କମିସନରେଟ ପୁଲିସ ଅଞ୍ଚଳରୁ ୨ କୋଟି ୪୨ ଲକ୍ଷ ୮୦ ହଜାର ୧୮୫ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିରେ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ବାହାରେ ପାନ ଛେପ ପକାଇବା ଭଳି ଅପରାଧ ରହିଛି । ଅନ୍ୟ ପଟେ ଆଗକୁ ଏହି କଟକଣାକୁ କଡ଼ାକଡ଼ି କରାଯିବାକୁ ଯୋଜନା ହୋଇଛି । ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଟ୍ରାଫିକ ଡିସିପି ସୌମ୍ୟା ମିଶ୍ରଙ୍କ ନେତୃତ୍ୱରେ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସ୍ଥିର କରାଯାଇଛି । ଖଞ୍ଜା ଯାଇଥିବା କ୍ୟାମେରା ଜରିଆରେ ଏଭଳି ଅମାନିଆଙ୍କୁ ଚିହ୍ନଟ କରିବା ପାଇଁ ଯୋଜନା କରାଯାଇଛି । ଟ୍ରାଫିକ ଦେଇ ଯାଉଥିବା ସମସ୍ତ ଅମାନିଆଙ୍କ ଉପରେ ନଜର ରଖାଯିବ ବୋଲି ଜଣାପଡ଼ିଛି ।