୫ ବର୍ଷରେ ୧୬ ହଜାର ମସଜିଦ ଧ୍ୱସ୍ତ କରିଛି ଚୀନ

୫ ବର୍ଷରେ ୧୬ ହଜାର ମସଜିଦ ଧ୍ୱସ୍ତ କରିଛି ଚୀନ

ନୂଆଦିଲ୍ଲୀ: ମାନବାଧିକାର ଏବଂ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ଉପରେ ଲଗାତାର ପ୍ରହାର କରୁଥିବା ଚୀନର ଅସଲ ଚେହେରା ଏବେ ସାମ୍ନାକୁ ଆସିଛି । ଚୀନ ସରକାର ୫ ବର୍ଷ ଭିତରେ ସିନଜିଆଙ୍ଗ ପ୍ରଦେଶରେ ୧୬ ହଜାର ମସଜିଦ ଧ୍ୱସ୍ତ କରିବା ସହ ମୁସଲିମଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେଇଥିବା ଜଣାପଡ଼ିଛି । ଅଷ୍ଟ୍ରେଲିଆର ଏକ ବିଖ୍ୟାତ ଥିଙ୍କଟ୍ୟାଙ୍କ ଷ୍ଟ୍ରାଟେଜିକ ପଲିସ ଇନଷ୍ଟିଚୁ୍ୟଟ ତଥ୍ୟ ମୁତାବକ ସିନଜିଆଙ୍ଗର ଉତ୍ତର ପଶ୍ଚିମ ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଉଇଘର ମୁସଲିମଙ୍କୁ ବିଭିନ୍ନ କ୍ୟାମ୍ପରେ ବନ୍ଦୀ କରି ରଖାଯାଇଛି । ମୁସଲିମମାନେ ସେମାନଙ୍କ ପରମ୍ପରାଗତ ଏବଂ ଧାର୍ମିକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବା ପାଇଁ ପ୍ରବଳ ଚାପ ପ୍ରୟୋଗ କରାଯାଉଛି । ଏ ବାବଦରେ ଜାତିସଂଘର ଉଦବେଗ ପ୍ରତି ମଧ୍ୟ ଚୀନ କର୍ଣ୍ଣପାତ କରିନାହିଁ । ଚୀନ ସିନଜିଆଙ୍ଗ ପ୍ରଦେଶର ମୁସଲିମଙ୍କ ଉପରେ ଚଳାଇଥିବା ଦମନ ଲୀଳାକୁ ବିରୋଧ କରି ଆମେରିକା କେତେକ କଟକଣା ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଚୀନ ଚାଲ ଆଗରେ ଏହା ନିଷ୍ପ୍ରଭ ହୋଇଯାଇଛି ।