୪୮ ଘଣ୍ଟାରେ ଅବପାତ ରୂପ ନେବ ଲଘୁଚାପ
୪୮ ଘଣ୍ଟାରେ ଅବପାତ ରୂପ ନେବ ଲଘୁଚାପ
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । ଏହା ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ବାତ୍ୟା ବିପଦ ଟଳିଯାଇପାରେ ବୋଲି ଆକଳନ କରାଯାଉଛି । ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ମିଳେଇଯାଇପାରେ ସମ୍ଭାବ୍ୟ ବାତ୍ୟା । ବଡ କଥା ହେଲା- ଓଡିଶା ଉପକୂଳ ଆଖପାଖକୁ ବି ଏହି ବାତ୍ୟା ଆସିନପାରେ । ଆନ୍ଧ୍ର ଉପକୂଳ ପାଖକୁ ଆସିବା ପରେ ଆସନ୍ତା ୧୧ ତାରିଖବେଳକୁ ସମୁଦ୍ର ଭିତରେ ଦୁର୍ବଳ ହେବ । ଏତେ ଶୀଘ୍ର ମିଳେଇଯିବ କି ୧୩ ତାରିଖବେଳକୁ ସମୁଦ୍ର ଭିତରେ ଏହାର ଚିହ୍ନବର୍ଣ୍ଣ ରହିବା ସମ୍ଭାବନା ନାହିଁ । ପାଣିପାଗର ଏଭଳି ତାଜା ପୂର୍ବାନୁମାନ ଓଡିଶା, ଆନ୍ଧ୍ରର ଉପକୂଳବାସୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି ।




admin 