୩ ସପ୍ତାହ ପରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି
୩ ସପ୍ତାହ ପରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି
ନୂଆଦିଲ୍ଲୀ : କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରାଇବାକୁ ବେଆଇନ ଦର୍ଶାଇ ଓଡ଼ିଶା ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଦାଲତ ଅବମାନନା ପିଟିସନ ଉପରେ ସୁପ୍ରିମକୋର୍ଟ ତିନି ସପ୍ତାହ ପରେ ଶୁଣାଣି କରିବେ । ଶୁଣାଣି ସମୟରେ ଏହି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ. ଖାନୱିଲକର ଓ ବିଚାରପତି ଜଷ୍ଟିସ ସି.ଟି. ରବିକୁମାରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ କୋଟିଆ ପ୍ରସଙ୍ଗରେ ଗତ ଅଗଷ୍ଟ ୩୧ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ରାଜନୈତିକ ସ୍ତରରେ ମାମଲା ସମାଧାନ କରିବାକୁ ପରାମର୍ଶ ଦେବା ସହ ଏହାର ଶୁଣାଣିକୁ ୪ ସପ୍ତାହ ଘୁଞ୍ଚାଇ ଦେଇଥିଲେ । ଶୁଣାଣିକୁ ଆହୁରି ୮ ସପ୍ତାହ ଘୁଞ୍ଚାଇ ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ଶୁଣାଣି ପୂର୍ବରୁ ‘ଲେଟର ସର୍କୁଲେଟ’ କରାଯାଇଥିଲା । ମୌଖିକ ଭାବେ ଏ ନେଇ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।




admin 