୩ମହଲାରୁ ଡେଇଁଲେ ଡାକ୍ତରୀ ଛାତ୍ରୀ
୩ମହଲାରୁ ଡେଇଁଲେ ଡାକ୍ତରୀ ଛାତ୍ରୀ
ସମ୍ବଲପୁର: ବୁର୍ଲା ଭୀମସାରରେ ଘଟିଛି ଅଭାବନୀୟ ଘଟଣା । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏମ.ବି.ବି.ଏସର ଜଣେ ପ୍ରଥମ ବର୍ଷର ଛାତ୍ରୀ ୩ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଛାତ୍ରୀ ଜଣକ, ଛାତ୍ରୀ ନିବାସର ୩ ତାଲା ଛାତରୁ ଡେଇଁ ପଡିଥିଲେ । ଜୋରରେ ଶବ୍ଦ ଶୁଣି ହଷ୍ଟେଲର ଅନ୍ୟ ଛାତ୍ରୀ ମାନେ ପହଞ୍ଚିଥିଲେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବୁର୍ଲା ପୁଲିସ୍ ହସ୍ପିଟାଲ ଯାଇ ଘଟଣାର ତଦନ୍ତ କରୁଛି । ହଷ୍ଟେଲ ରୁମମେଟ୍ ଗାଁକୁ ଯାଇଥିବା ବେଳେ ଗୁରୁତର ହୋଇଥିବା ଛାତ୍ରୀ ଜଣକ ଏକୁଟିଆ ଥିଲେ ।
ଛାତ୍ରୀଙ୍କୁ ଉଭୟ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ଏହି ଘଟଣାରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।




admin 