୨୯ରୁ ସଂସଦର ଶୀତ ଅଧିବେଶନ, ୨୬ ନୂଆ ବିଲ୍‌ ତାଲିକା ପ୍ରକାଶ

୨୯ରୁ ସଂସଦର ଶୀତ ଅଧିବେଶନ, ୨୬ ନୂଆ ବିଲ୍‌ ତାଲିକା ପ୍ରକାଶ

୨୯ରୁ ସଂସଦର ଶୀତ ଅଧିବେଶନ, ୨୬ ନୂଆ ବିଲ୍‌ ତାଲିକା ପ୍ରକାଶ

ନୂଆଦିଲ୍ଲୀ: ଚଳିତ ମାସ ୨୯ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଅଧିବେଶନରେ ଆଗତ ହେବାକୁ ଥିବା ୨୬ଟି ନୂଆ ବିଲ ତାଲିକା  ସଂଧ୍ୟାରେ ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଏଥିରେ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ ସ୍ଥାନ ପାଇନାହିଁ । ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ ଆଣିବା ପାଇଁ ବିଜେଡି ପକ୍ଷରୁ ପୂର୍ବରୁ ବହୁବାର ସର୍ବଦଳୀୟ ବୈଠକରେ ଦାବି କରାଯାଇଥିଲା । ଏହାକୁ ଗୁରୁତ୍ୱର ସହ ବିଚାର କରି ସମ୍ବିଧାନ ସଂଶୋଧନ ବିଲ ଆଣିବା ପାଇଁ ଦଳ ପକ୍ଷରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଥିଲା । ଅଧିବେଶନରେ ଉଭୟ ଗୃହର କାର୍ୟ୍ୟକୁ ସୂଚାରୁରୂପେ ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଯାଇଛି । ସର୍ବଦଳୀୟ ବୈଠକରେ ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ନେତା ଯୋଗଦେବେ । ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲକୁ ଆଗତ ପାଇଁ ଦଳ ପୁଣି ଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ରହିଛି ।