୨୭ରେ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

୨୭ରେ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

୨୭ରେ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତି୍ରପାଠୀଙ୍କ ସଭାପତିତ୍ୱରେ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ବୈଠକରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ଦାକିନୀ କର, ଅମରଜିତ ସେନାପତି, ହରିଶଙ୍କର ରାଉତଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଲକ ଓ ମୁ୍ୟନିସିପାଲଟି ସଭାପତିମାନେ ଉପସ୍ଥିତ ଥିଲେ । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ବ୍ଲକସ୍ତରରୁ ପଞ୍ଚାୟତ ସ୍ତର ପର୍ୟ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବା ଦିଗରେ ଏହି ଶିବିର ବେଶ ସହାୟକ ହେବ । ପଞ୍ଚାୟତ ନିର୍ବାଚନରେ ସଂଗଠନର ପ୍ରତ୍ୟେକ ସଦସ୍ୟ କିଭଳି ସକି୍ରୟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ତାହା ହିଁ ଏହି ପ୍ରଶିକ୍ଷଣ ଶିବିରର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି।