୨୭ରୁ ଶୀତ ଲେଉଟିବ
୨୭ରୁ ଶୀତ ଲେଉଟିବ
ଭୁବନେଶ୍ୱର: ଆଜି ରାଜ୍ୟର ଅନେକ ସ୍ଥାନରେ କୋହଲା ସହ ମେଘୁଆ ପାଗ ରହିବ। ବିଶେଷ କରି ଦକ୍ଷିଣ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡିକରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇପାରେ। ଆସନ୍ତା ଦୁଇ ଦିନ ଯାଏ ଘନ କୁହୁଡି ଅନୁଭୂତ ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତେଣୁ ଏହି ଦୁଇ ଦିନ ପାଣିପାଗରେ ସେମିତି କିଛି ପରିବର୍ତ୍ତନ ହେବନି। କିନ୍ତୁ ଏହାପରେ ଧୀରେ ଧୀରେ ତାପମାତ୍ରା ତଳକୁ ଖସିବ। ପାଖାପାଖି ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ। ତେଣୁ ୨୭ ତାରିଖ ଠାରୁ ଶୀତ ଲେଉଟିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୧୨.୩ ଡିଗ୍ରି ସହ ଟିଟିଲାଗଡରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।
କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳେ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତଥା ଉପକୂଳ ଓଡିଶାର କିଛି ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି। କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି। ସେହିଭଳି ୨୬ ତାରିଖରେ କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
ଏଣୁ ଏହି ଦୁଇ ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଟିଟିଲାଗଡଠାରେ ୧୨.୩ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାପରେ ରାଜ୍ୟର ପାରଦ ଧୀରେଧୀରେ ନିମ୍ନଗାମୀ ହେବ ଓ ଶୀତ କମିବ।




admin 