୨୬ ବର୍ଷ ପରେ ଫେରିଲା ପୁଅ

୨୬ ବର୍ଷ ପରେ ଫେରିଲା ପୁଅ

୨୬ ବର୍ଷ ପରେ ଫେରିଲା ପୁଅ

ବାଲେଶ୍ବର:  ଦୀର୍ଘ ୨୬ ବର୍ଷ ପରେ ମା’ କୋଳକୁ ଫେରିଛି ପୁଅ। ବିଶ୍ବାସର ବିଜୟ ହୋଇଛି। ମା’ ଯେଉଁ ବିଶ୍ବାସ ରଖିଥିଲେ ତାହା ସତ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଧୁଆପଡା ଗାଁରେ। ପୁଅ ଘରକୁ ଫେରିବା ପରେ ଖୁସି ଲହରୀ ଖେଳିଯାଇଛି।

ସାଧୁଆପଡା ଗାଁର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ  । ୨୬ ବର୍ଷ ତଳେ କିଛି ସାଙ୍ଗଙ୍କ ସହିତ ଭୋଜି କରିବାକୁ ଯାଇ  ଆଉ ଘରକୁ ଫେରିନଥିଲା। ପରିବାର ଲୋକେ ପୁଅକୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ।  ମା’ର ବିଶ୍ୱାସ ଥିଲା ପୁଅ ଘରକୁ ନିଶ୍ଚେ ଫେରିବ  ସେଥିପାଇଁ ମା’ ଦିନରାତି  ଦେବଦେବୀଙ୍କ ପୂଜାର୍ଚ୍ଚାନ  କରୁଥିଲା। ପୁଅର ବାଟକୁ ଅନାଇ ବସିଥଲା। ହଠାତ୍ ପୁଅ ଗତକାଲି  ଘରକୁ ଫେରିଥିଲା, ପୁଣି ଆଗ ଭଳି ମା’ ବୋଲି ଡାକି କୁଣ୍ଡାଇ ପକାଇଥିଲା। ମାଆ ହଜିଲା ପୁଅକୁ ପାଇ ନିଜ କୋହକୁ ସମ୍ଭାଳି ପରି ନଥିଲା। ଉଭୟ ବହୁତ ସମୟ କାନ୍ଦିଥିଲେ।  ମା’ ସଙ୍ଗେ ସଙ୍ଗେ ପୁଅକୁ ଘରୁ ଡାକିନେଇଥିଲେ। ନିଜ କାନିରେ ତାର ମୁହଁକୁ ପୋଛି ଦେଇ ଖାଇବାକୁ ଦେଇଥିଲା। ନିଜ ହାତରେ ପୁଅକୁ ଖାଇବାକୁ ଦେବା ସହ ତାର ମୁଣ୍ଡକୁ ଆଉଁସି ଦେଇଥିଲା।

ସନିଆର ମାଆ ବାସନ୍ତୀ ନାୟକ କହିଛନ୍ତି, ୧୮ ବର୍ଷ ବୟସରେ ଘରୁ କୁଆଡେ ପଳାଇଯାଇଥିଲା ପୁଅ।  ମୁଁ  ବହୁତ ଖୋଜାଖୋଜି କରିବା ପରେ ବି ତାକୁ ପାଇ ନଥିଲି।  ମୁଁ ପୁଅକୁ ପାଇବା ପାଇଁ  ଦେବଦେବୀଙ୍କ ପୂଜା କରିଥିଲି। ମୋର ବିଶ୍ୱାସ ଥିଲା ପୁଅ ଫେରି ଆସିବ। ଆଜି ପୁଅ ମୋ  ପାଖକୁ ଫେରି ଆସିଛି।

ପ୍ରଥମେ ସେ କୋଲକତା ପଳାଇଯାଇଥିଲା। ପରେ ସେ ଦିଲ୍ଲୀରେ ରହି  କାମ କରୁଥିଲା ବୋଲି ସନିଆ ମୋତେ କହିଛି।