୨୩ରୁ ପାଳିତ ହେବ ଗଣତନ୍ତ୍ର ଉତ୍ସବ
୨୩ରୁ ପାଳିତ ହେବ ଗଣତନ୍ତ୍ର ଉତ୍ସବ
ନୂଆଦିଲ୍ଲୀ: ଚଳିତ ବର୍ଷ ଗୋଟିଏ ଦିନ ପୂର୍ବରୁ ପାଳିତ ହେବ ଗଣତନ୍ତ୍ର ଦିବସ ଉତ୍ସବ। ପୂର୍ବରୁ ୨୪ ତାରିଖରୁ ଏହି ଉତ୍ସବ ପାଳିତ ହେଉଥିଲା। ତେବେ ଚଳିତ ବର୍ଷ ଏହାକୁ ୨୩ ତାରିଖରୁ ପାଳିତ ହେବାକୁ ଯାଉଛି। କେନ୍ଦ୍ର ସରକାର ଏ ନେଇ ନିଷ୍ପତ୍ତି ନେଇଛନ୍ତି। ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପଡ଼ୁଛି। ଏହି ଦିନରୁ ଗଣତନ୍ତ୍ର ଦିବ ସ ଉତ୍ସବ ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଦେଶକୁ ସ୍ବାଧୀନ କରିବାରେ ନେତାଜୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଦେଶ ସ୍ବାଧୀନ କରିବାରେ ତାଙ୍କର ଅନେକ ଅବଦାନ ରହିଛି। ତାଙ୍କର ଏହି ଅବଦାନକୁ ଓ ନେତାଜୀଙ୍କୁ ସମ୍ମାନ ଜଣାଇ ଏହି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।




admin 