୨୦୨୪ ନିର୍ବାଚନକୁ ନେଇ ଏମିତି କହିଲେ ପଞ୍ଚାନନ
୨୦୨୪ ନିର୍ବାଚନକୁ ନେଇ ଏମିତି କହିଲେ ପଞ୍ଚାନନ
ଭୁବନେଶ୍ବର: ଆସନ୍ତା ୨୦୨୪ ନିର୍ବାଚନରେ ବିଜେପିର ବିଧାୟକ ଆସନ ସଂଖ୍ୟା ପୂର୍ବ ତୁଳନାରେ ବହୁତ କମିବ । ନିର୍ବାଚନ ଲଢେଇ ହେବ ଜୋରଦାର । ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖୀ ଲଢେଇ ହେବ । କିନ୍ତୁ ବିଜେପିର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ବହୁତ କମିବ । ଏହି ଭବିଷ୍ୟତବାଣୀ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।
କିଛି ଦିନ ତଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲି କି ଆଗାମୀ ନିର୍ବାଚନରେ ଓଡିଶାର ଭାଗ୍ୟ ପରିବର୍ତ୍ତନ ହେବ । ରାଜ୍ୟର ବିକାଶ ପାଇଁ ଏକ ନିର୍ଣ୍ଣାୟକ ଲଢେଇ ହେବ । ଯାହାର ଜବାବ ରଖି ପଞ୍ଚାନନ କହିଛନ୍ତି ଯଦି ବିଜେଡି ଛଡା ଅନ୍ୟ କିଏ ସରକାର ଗଠନ କଲା ତେବେ ଆମେ ନିର୍ଣ୍ଣାୟକ ଲଢେଇ ବୋଲି କହିପାରିବା । ତେବେ ଆଗାମୀ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ ସହ କ୍ଷମତା ଦଖଲ କରିବ ବୋଲି ପଞ୍ଚାନନ କହିଛନ୍ତି । ଏହାସହ କେନ୍ଦ୍ରରେ ମଧ୍ୟ କଂଗ୍ରେସ ନେତୃତ୍ବରେ ସରକାର ଗଠନ ହେବ ବୋଲି ପଞ୍ଚାନନ ଦୃଢକ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟଯେ ୨୦୧୯ ନିର୍ବାଚନରେ ପଞ୍ଚାନନ କାନୁନଗୋ କଟକ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢେଇ କରିଥିଲେ । ପ୍ରତିଦ୍ବନ୍ଦ୍ବୀ ଥିଲେ ବିଜେପିର ପ୍ରକାଶ ମିଶ୍ର ଏବଂ ବିଜେଡିର ଭର୍ତ୍ତୃହରି ମହତାବ । ପଞ୍ଚାନନଙ୍କୁ ମିଳିଥିଲା ୯.୪୨ ପ୍ରତିଶତ ଭୋଟ ବା ୯୯ ହଜାର ୮୪୭ ଖଣ୍ଡ ଭୋଟ । ଭର୍ତ୍ତୃହରି ୫ ଲକ୍ଷ ୨୪ ହଜାର ୫୯୨ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରକାଶ ମିଶ୍ର ପାଇଥି୍ଲେ ୪ ଲକ୍ଷ ୩ ହଜାର ୩୯୧ ଖଣ୍ଡ ଭୋଟ । ତୃତୀୟ ସ୍ଥାନରେ ରହିଥିଲେ ପଞ୍ଚାନନ । ୨୦୨୪ ରେ ପଞ୍ଚାନନ କହିଛନ୍ତି ଦଳ ପାଇଁ ନିର୍ବାଚନ ଲଢିବେ ।




admin 