୨୦୧୯-୨୦ରେ ଛପା ହୋଇନି ୨୦୦୦ ଟଙ୍କା

୨୦୧୯-୨୦ରେ ଛପା ହୋଇନି ୨୦୦୦ ଟଙ୍କା

୨୦୧୯-୨୦ରେ ଛପା ହୋଇନି ୨୦୦୦ ଟଙ୍କା
୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ ଛପାଯାଇ ନାହିଁ ଏବଂ ବର୍ଷକୁ ବର୍ଷ ଏହି ନୋଟର ବ୍ୟବହାରରେ ହ୍ରାସ ଦେଖାଦେଇଥିବା ଆରବିଆଇ ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି । ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ବଜାରରେ ୩୩,୬୩୨ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ ବୁଲୁଥିଲା । ୨୦୧୯ ମାର୍ଚ୍ଚ ଶେଷରେ ଏହା ୩୨,୯୧୦ ଲକ୍ଷ ଖଣ୍ଡକୁ ଏବଂ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ୨୭,୩୯୮ ଲକ୍ଷ ଖଣ୍ଡକୁ ଖସି ଆସିଥିବା ଆରବିଆଇ ପ୍ରକାଶ କରିଛି । ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ବଜାରରେ ଯେତେ ମାତ୍ରାରେ ନୋଟ ଥିଲା ଏଥିରେ ୨୦୦୦ ଟଙ୍କିଆ ନୋଟର ଭାଗ ୨.୪% ଥିଲା । ୨୦୧୯ରେ ଏହାର ଅଂଶ ୩.୩ % ଥିଲା । ମୂଲ୍ୟକୁ ହିସାବକୁ ନେଲେ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ବଜାରରେ ବୁଲୁଥିବା ମୋଟ ନୋଟ ମଧ୍ୟରୁ ୨୦୦୦ ଟଙ୍କିଆ ନୋଟର ଭାଗ ୨୨.୬% ୍ଥିଲା । ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୩୧.୨% ଏବଂ ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୩୭.୩% ଥିଲା । ରିପୋର୍ଟ ଅନୁସାରେ ବଜାରରେ ୫୦୦ ଏବଂ ୨୦୦ ଟଙ୍କିଆ ନୋଟର ବ୍ୟବହାର ବହୁ ମାତ୍ରାରେ ବଢ଼ିଯାଇଛି । ଉଭୟ ସଂଖ୍ୟା ଏବଂ ମୂଲ୍ୟ ହିସାବରେ ବଜାରରେ ଏହି ଦୁଇ ମୂଲ୍ୟାଙ୍କ ନୋଟର ପରିମାଣ ଅଧିକ ରହିଥିବା କେନ୍ଦ୍ରୀୟ ବ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି ।