୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଧୀରେ ଧୀରେ କମୁଛି । ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ରୁମ ପାଠ ପଢା ଆରମ୍ଭ ହୋଇଥିବାବେଳେ ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ  ଖୋଲିବାକୁ ନିିଷ୍ପତ୍ତି ନିଆଯାଇଛି ।

ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଆସନ୍ତା ଅଗଷ୍ଟ ୧୬ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ  । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ।  ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ହେବ ପାଠପଢା । 

ଆସନ୍ତା ୧୬ ତାରିଖରୁ ଉଭୟ ବର୍ଗରେ କ୍ଲାସ ରୁମ ପାଠପଢା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।