୧୩ ଗରିଲା କରୋନା ସଂକ୍ରମିତ

୧୩ ଗରିଲା କରୋନା ସଂକ୍ରମିତ

୧୩ ଗରିଲା କରୋନା ସଂକ୍ରମିତ


ନୁ୍ୟୟର୍କ: କରୋନା କାହାକୁ ବି ଛାଡୁନି । ଆମେରିକାରେ ୧୩ଜଣ ଗରିଲା କରୋନା ସଂକ୍ରମଣ ହେବା ପରେ ଚିନ୍ତା ବଢ଼ିଯାଇଛି । ଆମେରିକା ଆଟଲାଣ୍ଟା ଚିଡ଼ିଆଖାନାରେ ୧୩ଟି ଗରିଲା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ ଅଛି ୬୦ବର୍ଷ ବୟସ୍କ ଓଜି  । ଚିଡ଼ିଆଖାନାରେ ରହିଥିବା ସମସ୍ତ ଗରିଲାଙ୍କ ମଧ୍ୟରେ ଓଜି ହେଉଛି ସବୁଠାରୁ ବୟସ୍କ  । ଗତ ଶୁକ୍ରବାର ଏହି ଗରିଲାମାନଙ୍କ ନିକଟରେ କାଶ ହେବା ସହ ନାକରୁ ତରଳ ପଦାର୍ଥ ନିର୍ଗତ ହେବା ପରିଲକ୍ଷିତ ହୋଇଥିଲା  । ପରେ ଜର୍ଜିଆ ବିଶ୍ୱବିଦ୍ୟାଳୟର ଏକ ଡାକ୍ତର ଟିମ୍ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ  ।

ଏହାପରେ ତାଙ୍କ ନମୁନା କୋଭିଡ ପଜିଟିଭ ଆସିଥିଲା । ପୂର୍ବରୁ ବିଶ୍ୱର ବିଭିନ୍ନ ଭାଗରେ ଚିଡ଼ିଆଖାନାରେ କୋଭିଡ ବ୍ୟାପିବା ଦେଖାଯାଇଛି  । ଆଟଲାଣ୍ଟା ଚିଡ଼ିଆଖାନା କର୍ତ୍ତୃପକ୍ଷ ଏଠାରେ ଥିବା ଅନ୍ୟ ୨୦ଟି ଗରିଲାଙ୍କ ପରୀକ୍ଷା କରିଛନ୍ତି  । ସେମାନଙ୍କୁ ଚିକିସôା କରୁଥିବା ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ପୋଷାକ ପିନ୍ଧି ଚିକିସôା କରୁଛନ୍ତି  ।