ଶେଷ ଟେଷ୍ଟ ମ୍ୟାଚ୍ ବାତିଲ ନେଇ ଆଇପିଏଲର ସମ୍ପର୍କ ନାହିଁ

ଶେଷ ଟେଷ୍ଟ ମ୍ୟାଚ୍ ବାତିଲ ନେଇ ଆଇପିଏଲର ସମ୍ପର୍କ ନାହିଁ

ଶେଷ ଟେଷ୍ଟ ମ୍ୟାଚ୍ ବାତିଲ ନେଇ ଆଇପିଏଲର ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ଇଂଲଣ୍ଡ ସହିତ ପଞ୍ଚମ ତଥା ଫାଇନାଲ୍‌ ଟେଷ୍ଟ ଖେଳିବାକୁ ଭାରତୀୟ ଖେଳାଳି ମନା କରି ଦେଇଥିଲେ। ଆଇପିଏଲ୍‌ ମ୍ୟାଚ୍‌ ସହିତ ଏହାର କୌଣସି ସଂପର୍କ ନାହିଁ। ଆଇପିଏଲ୍‌ ଖେଳିବା ପାଇଁ ଖେଳାଳିମାନେ ଏପରି କରିଥିବା ଅଭିଯୋଗକୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଖଣ୍ଡନ କରିଛନ୍ତି। ଶୁକ୍ରବାର ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟ୍‌ ମ୍ୟାଚ୍‌ ବାତିଲ ହେବା ପରେ ଗଣମାଧ୍ୟମ ଓ କିଛି ବରିଷ୍ଠ କ୍ରିକେଟ୍‌ ଖୋଳାଳି ଭାରତୀୟ ଖେଳାଳିଙ୍କୁ ଦାୟୀ କରିଥିଲେ। ଏହା ଉପରେ ସ୍ପଷ୍ଟୀକରଣ ଦେଇ ଏପରି କହିଛନ୍ତି ସୌରଭ ଗାଙ୍ଗୁଲି। ଭାରତ ଏହି ସିରିଜରେ ୨-୧ରେ ଲିଡ୍‌ କରୁଥିଲେ ମଧ୍ୟ ତାଙ୍କ ଦଳର ଫିଜିଓ ଥେରାଫିଷ୍ଟ ଯୋଗେଶ ପରମାର କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍‌ ଖେଳିବାକୁ ଚାହିଁ ନଥିଲେ। କାରଣ ଫିଜିଓ ପରମାର ସେମାନଙ୍କ ସହିତ ଅତି ନିକଟତର ଭାବେ ମିଶୁଥିଲେ। ସେମାନଙ୍କ ବଡ଼ି ମସାଜ କରୁଥିଲେ। ଫଳରେ ସେମାନେ ସଂକ୍ରମିତ ହୋଇ ପାରନ୍ତି ବୋଲି ସନ୍ଦେହ କରୁଥିଲେ। ଏପରି ସ୍ଥିତିରେ ଖେଳ ପ୍ରତି ମନଯୋଗ ରହିବା ଠିକ୍‌ ନଥିଲା। ଏହାର ପ୍ରଭାବ ଖେଳ ଉପରେ ପଡ଼ିଥାନ୍ତା। ଶେଷ ଟେଷ୍ଟ୍‌ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଥିବାରୁ ସେମାନେ କୌଣସି ପ୍ରକାର ହାରିଯିବାକୁ ଚାହୁଁ ନଥିଲେ। ସିରିଜ୍‌ର ଫଳାଫଳ ବାହାର କରିବାକୁ ଏହି ମ୍ୟାଚ୍‌କୁ ପରବର୍ତ୍ତୀ ଦିନ ଖେଳାଯିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଗାଙ୍ଗୁଲି କହିଥିଲେ। ତେବେ ୟୁଏଇରେ ଖେଳାଯିବାକୁ ଥିବା ପରବର୍ତ୍ତୀ ଆଇପିଏଲ୍‌ ମ୍ୟାଚ୍‌ଗୁଡ଼ିକ ସହିତ ଏହାର କୌଣସି ସଂପର୍କ ନଥିବା ଗାଙ୍ଗୁଲି କହିଛନ୍ତି। ‌ଏହି ମାମଲାରେ ୱାଲେସ୍ କ୍ରିକେଟ୍‌ ବୋଡ (ଡବ୍ଲୁସିବି) ମଧ୍ୟ ଗାଙ୍ଗୁଲିଙ୍କ ମନ୍ତବ୍ୟକୁ ସମର୍ଥନ କରିଛି। ବୋର୍ଡର ସିଇଓ ଟମ୍ ହାରିସନ୍‌ କହିଛନ୍ତି, ମ୍ୟାଚ୍‌ ବାତିଲ ହେବା ନେଇ ଆଇପିଏଲ୍‌କୁ ଦାୟୀ କରାଯାଇ ପାରିବ ନାହିଁ। ବିସିସିଆଇ ଏକ ଦାୟିତ୍ବ ସଂପନ୍ନ କ୍ରିକେଟ୍‌ ବୋର୍ଡ। ଏହା ଉପରେ ଆମର ଭରସା ରହିଛି। ଏହି ମ୍ୟାଚ୍‌ ଆସନ୍ତା ବର୍ଷ ଖେଳାଯାଇପାରେ ବୋଲି ହାରିସନ୍ କହିଛନ୍ତି।