ହୋଲିରେ ତାତିରୁ ଆଶ୍ବସ୍ତି
ହୋଲିରେ ତାତିରୁ ଆଶ୍ବସ୍ତି
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀ ସାମାନ୍ୟ କମିଛି । ତଥାପି ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଅଧିକ ଖରା ଅନୁଭୂତ ହୋଇଛି । ତେବେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବା ସହିତ ତାତି ଆହୁରି କମିବ । ଏହା ସହିତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଉତ୍ତପ୍ତ ବାୟୁ କ୍ରମେ ଦୁର୍ବଳ ହେବାକୁ ଲାଗିଥିବାବେଳେ ସମୁଦ୍ର ମଧ୍ୟରୁ ରାଜ୍ୟକୁ ପବନ ବଢ଼ିବ, ଯାହା ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବ ।
ଗତକାଲି ରାଜ୍ୟର ୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ୪୦.୬ ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେପଟେ ଆସନ୍ତା ୨୩ ମାର୍ଚ୍ଚରେ ବାତ୍ୟା ଆସାନୀ ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ । ତେବେ ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।




admin 