ହେପାଜତରେ ମୃତ୍ୟୁ, ଦୁଇ ଏସିଏଫ ଅଟକ

ହେପାଜତରେ ମୃତ୍ୟୁ, ଦୁଇ ଏସିଏଫ ଅଟକ

ହେପାଜତରେ ମୃତ୍ୟୁ, ଦୁଇ ଏସିଏଫ ଅଟକ

କଟକ : ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିବା ବଡ଼ମ୍ବାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ମୃତ୍ୟୁରେ ସମ୍ପୃକ୍ତି ଦର୍ଶାଇ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ବେଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥିତି ଗମ୍ଭୀର ରହିଛି।
ସୂଚନାରୁ ପ୍ରକାଶ ଯେ, ବଡ଼ମ୍ବା-ହିନ୍ଦୋଳ ରେଞ୍ଜର ମଧ୍ୟବର୍ତ୍ତୀ ଅଞ୍ଚଳରେ ଗତ କିଛି ଦିନ ପୂର୍ବରୁ ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟ ହୋଇଥିଲା। ହାତୀକୁ ଗୁଳି କରାଯାଇ ତାର ଦାନ୍ତ କାଟି ନିଆଯାଇଥିଲା। ଏଥିରେ ବନ ବିଭାଗ ବଡମ୍ବା ରେଞ୍ଜରେ ଧନିଆ ବେହେରା ନାମକ ଜଣେ ଲୋକକୁ ରାତିରେ ଉଠାଇ ନେଇଥିଲା। ତେବେ ହଠାତ୍ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବଡମ୍ବା ପୁଲିସ ଦୁଇ ଏସିଏଫଙ୍କ ସହ 7 ଜଣଙ୍କୁ ଆଠଗଡ଼ ଡିଏସପିଙ୍କ କାର୍ୟ୍ୟାଳୟରେ ଅଟକ ରଖିଛି।