ହାତ ଧରିବେ କି ବିଜୟ ପଟ୍ଟନାୟକ !
ହାତ ଧରିବେ କି ବିଜୟ ପଟ୍ଟନାୟକ !
ଭୁବନେଶ୍ବର: କଂଗ୍ରେସରେ ମିଶିବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ? ମଙ୍ଗଳବାର ଦିଲ୍ଲୀରୁ କଂଗ୍ରେସ ବିଧାୟକ ଓ ନେତାଙ୍କ ସହ ଏୟାରପୋର୍ଟରୁ ବାହାରିଥିଲେ ବିଜୟ । ଏମିତିକି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବା କୁହାଯାଉଛି, ହେଲେ ଏସବୁକୁ ଖଣ୍ଡନ କରିଛନ୍ତି ବିଜୟ । ମାତ୍ର ସୁଯୋଗ ଆସିଲେ ଦେଖିବା ବୋଲି କହିବା ପରେ ଚର୍ଚ୍ଚା ବେଶି ବଢ଼ିଛି ।
ବିମାନବନ୍ଦର ଭିତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ କିଛି ସମୟ ଏକାନ୍ତରେ ଆଲୋଚନା କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବିଜୟ କହିଛନ୍ତି, ନିରଞ୍ଜନ ବାବୁଙ୍କ ସହିତ ମୋର ଭଲ ସଂପର୍କ ରହିଛି । ସବୁ ବିଧାୟକଙ୍କ ସହିତ ମୋର ମଧ୍ୟ ଭଲ ସମ୍ପର୍କ ରହିଛି । ହେଲେ ରାଜନୀତି ପ୍ରତି ମୋର ରୁଚି ନାହିଁ l ଅନେକ ଥର ରାଜ୍ୟସଭା ପାଇଁ ଚର୍ଚ୍ଚା ହୁଏ । ମାତ୍ର ଏହା ସ୍ପେକୁଲେଶନ, ରାହୁଲ ଗାନ୍ଧୀ କି ଚେଲ୍ଲା କୁମାରଙ୍କୁ ସାକ୍ଷାତ କରିନି କି ଆଲୋଚନା କରିନି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି । ତେବେ ରାଜନୀତି ପାଇଁ ପ୍ରସ୍ତାବ ଆସିଲେ ଦେଖିବେ ବୋଲି ସେ କହିଛନ୍ତି।




admin 