ହାଜତ ମୃତ୍ୟୁ ଘଟଣାରେ କଟକ ଛାତ୍ର ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ହାଜତ ମୃତ୍ୟୁ ଘଟଣାରେ କଟକ ଛାତ୍ର ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
କଟକ: ଜଗତସିଂହପୁର ଜିଲ୍ଲା ଅଭୟଚନ୍ଦ୍ରପୁର ପୋଲିସ ଷ୍ଟେସନରେ ହାଜତ ମୃତ୍ୟୁ ପ୍ରତିବାଦରେ କଟକ ଛାତ୍ର କଂଗ୍ରେସ ଓ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଲିସ ଡିଜିଙ୍କ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯିବା ସହିତ ଏକ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଉକ୍ତ ଅଭିଯୋଗ ପତ୍ରରେ ହାଜତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଜିଲ୍ଲା ଏସ ପି ଓ ଅଭିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରହିବା ସହିତ ପୀଡିତ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶୀର ନାୱାଜ, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ଼କ୍ଟର ବିପ୍ଳବ ଶିଳାଦିତ୍ୟ, ଓଡିଶା ଛାତ୍ର କଂଗ୍ରେସ ଉପସଭାପତି ସୁନୀଲ କୁମାର ମାଟିଆ, କଟକ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସଦାଶିବ ବାରିକ , ଯୁବ ସମାଜସେବୀ ସତୀଶ ଶେଖର, କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପର୍ଣ୍ଣାଶା ପାଲ, ଓଡିଶା ଛାତ୍ର କଂଗ୍ରେସର ସମ୍ପାଦକ ଆଶୁତୋଷ ରାଉତ, ସତ୍ୟଜିତ ସେଠି, କମଳେନ୍ଦୁ ଆଚାର୍ୟ୍ୟ, ଓଡିଶା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ୱର କାଣ୍ଡି, କଟକ ସିଟି ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଂଜନ ଦାଶ,ଓଡିଶା ଛାତ୍ର କଂଗ୍ରେସ ସମ୍ପାଦକ ସନ୍ଦୀପ ପଣ୍ଡାଙ୍କ ସହିତ ବହୁ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।




admin 