ହାଇଦରକୁ ଅଣାଗଲା ଓଡିଶା

ହାଇଦରକୁ ଅଣାଗଲା ଓଡିଶା

ହାଇଦରକୁ ଅଣାଗଲା ଓଡିଶା
ଭୁବନେଶ୍ୱର: ଏସସିବିରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଓଡିଶା ଅଣାଗଲା । ତେଲେଙ୍ଗାନାରୁ ହାଇଦରକୁ ପ୍ରଥମେ ଭୁବନେଶ୍ୱର ଅଣାଗଲା । ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷାରେ କଟକରେ ଧରି ପୋଲିସ ପହଂଚିଛି । କାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ହାଇଦରକୁ ଗିରଫ କରାଯାଇଥିଲା । ତେଲେଙ୍ଗାନା ପୋଲିସ ସହାୟତାରେ ଗିରଫ କରିଥିଲା କମିଶନରେଟ ପୋଲିସ । ଚନାଯୋଗ୍ୟ ଯେ, ପାଞ୍ଚ ଦିନର ଲୁଚକାଳି ପରେ, ଶେଷରେ ପୁଲିସ ପଞ୍ଝାରେ ପଡ଼ିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ସେକ୍ ହାଇଦର୍ । ହାଇଦ୍ରାବାଦ୍ ସହର ଉପକଣ୍ଠ ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାର ଜହିରାବାଦ୍ ନିକଟରୁ ଗତକାଲି ତାକୁ ଗିରଫ କରାଯାଇଥିଲା । ଗଲା ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟା ୧୫ରେ କଟକ ଏସ୍ସିବି ମେଡିକାଲ୍ରୁ ଫେରାର୍ ହୋଇଯିବା ପରେ ହାଇଦର୍ ସିଧା ପଳାଇଥିଲା ହାଇଦ୍ରାବାଦ୍ । ସେଇଠି ଲୁଚି ବସି ସେ ଯୋଜନା କରୁଥିଲା ଖସିଯିବାକୁ ଦେଶ ବାହାରକୁ । ଏ ଖବର କଟକ ପୁଲିସକୁ ମିଳିବା ପରେ ଦୁଇଟି ଟିମ୍ ହାଇଦ୍ରାବାଦ୍ ଯାଇ ସେଠାରେ ଡେରା ପକାଇ ଆଖପାଖ ଇଲାକାରେ ଛାନ୍ଭିନ୍ ଚଳାଇଥିଲେ । ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦ୍ ସହର ଉପକଣ୍ଠ ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲା ନିକଟ ଜହିରାବାଦ୍ରେ ହାଇଦରକୁ ଧରିବାରେ ସଫଳ ହୋଇଥିଲା ପୁଲିସ ଟିମ୍ । ଏକ କାରରେ ଖସି ପଳାଇ ଯାଉଥିବା ବେଳେ, ହାଇଦ୍ରାବାଦ ସିଟି ପୁଲିସ ଟାସ୍କଫୋର୍ସ ସହଯୋଗରେ କଟକ ପୁଲିସ ଟିମ୍ ହାଇଦର୍କୁ ଧରିବାରେ ସଫଳ ହୋଇଥିଲେ । ଆଜି ହାଇଦରକୁ ଓଡ଼ିଶା ଅଣାଯିବ ବୋଲି ଦ୍ୱୈତ ମହାନଗରୀର ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗତକାଲି ସନ୍ଧ୍ୟାରେ କମିସନରେଟ୍ ପୁଲିସ୍ ମୁଖ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ହାଇଦର୍ କେମିତି ଫେରାର୍ ହେଲା, ତାକୁ ଫେରାର୍ କରିବା ପଛରେ କେଉଁମାନେ ଥିଲେ, କିଏ ଷଡ଼ଯନ୍ତ୍ର କରିଥିଲେ, ସେସବୁର ବି ତଦନ୍ତ କରାଯିବ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି ସିପି ଦୃଢୋକ୍ତି ବାଢିଛନ୍ତି ।