ହାଇଡ୍ରୋଜେନ୍‌ ବୋମା ପକାଇଲେ ନୱାବ୍‌, କହିଲେ ଏମିତି

ହାଇଡ୍ରୋଜେନ୍‌ ବୋମା ପକାଇଲେ ନୱାବ୍‌, କହିଲେ ଏମିତି

ହାଇଡ୍ରୋଜେନ୍‌ ବୋମା ପକାଇଲେ ନୱାବ୍‌, କହିଲେ ଏମିତି

ମୁମ୍ବାଇ: ମଙ୍ଗଳବାର ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ୍‌ ‌ମଲିକ ହାଇରଡ୍ରୋଜେନ୍‌ ବୋମା ପକାଇବାକୁ କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଅସଲ ମୁଖା ଖୋଲିବାକୁ ଧମକ ଦେଇଥିଲେ।  ତକାଲି ଫଡନାଭିସ ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିଙ୍କ ଲିଙ୍କ ଅଣ୍ଡରୱାର୍ଲ୍ଡ ସହ ରହିଥିବା ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ସେ କାଲି ଏହି କଥା କହିଥିଲେ। 

ଏହିକ୍ରମରେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି ଫଡନାଭିସଙ୍କ ସମ୍ପର୍କ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭାଟି ସହ ରହିଛି ବୋଲି କହିଛନ୍ତି।

ନବାବ ମଲିକ କହିଛନ୍ତି, ରିୟାଚ ଭାଟି କିଏ ? ସେ ନକଲି ପାସପୋର୍ଟ ଓ ଦାଉଦ ଇବ୍ରହିମ ସହ ସମ୍ପର୍କ ରଖିଥିବା ଘଟଣାରେ ଧରାପଡ଼ିଥିଲା। ହେଲେ ୨ ଦିନରେ ଖଲାସ ହୋଇଗଲା। ସେ ଗୋଟିଏ କାର୍ୟ୍ୟକ୍ରମରେ ଫଡନାଭିସଙ୍କ ସହ ରହିଥିଲା। ଏକାଧିକ ବିଜେପି କାର୍ୟ୍ୟକ୍ରମରେ ମଧ୍ୟ ତା’କୁ ଦେଖିବାକୁ ମିଳିଛି। 

ରିୟାଜ ଭାଟିର ଲିଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ସହ ରହିଛି। ଏପରି କି ସେ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଫଟୋ ଉଠାଇଛି। ଥାନେରେ ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ନିଯୁକ୍ତ ପୁଲିସ୍ ଅଧିକାରୀଙ୍କୁ ଅଣ୍ଡରୱାର୍ଲ୍ଡ ଡନମାନେ ଫୋନ କରନ୍ତି। ସବୁ କିଛି ସେମାନଙ୍କ ଇସାରାରେ ହୁଏ।

ରାଜନୀତିକୁ ଦେବେନ୍ଦ୍ର ଫଡନାଭିସ ଅପରାଧିକରଣ କରିଛନ୍ତି ବୋଲି ମଧ୍ୟ ନବାବ ମଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ନାଗପୁରର କୁଖ୍ୟାତ ଅପରାଧୀ ମୁନା ଯାଦବଙ୍କୁ ଫଡନାଭିସଙ୍କ ସରକାର ସମୟରେ କନଷ୍ଟ୍ରକସନ ବଡିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ବାଂଲାଦେଶୀଙ୍କ ଚୋରା ଚାଲାଣ କରୁଥିବା ହାଇଦର ଆଜମଙ୍କୁ ଫଡନାଭିସ ମୌଲାନା ଆଜାଦ ଫାଇନାନ୍ସ କର୍ପୋରେସନର ଅଧ୍ୟକ୍ଷ କରିଥିଲେ।

ଫଡନାଭିସ ରାଜ୍ୟରେ ନକଲି ନୋଟ ରାକେଟକୁ ଘଣ୍ଟା ଘୋଡ଼ାଇ ଚାଲିଥିଲେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ନବାବ ମଲିକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ୨୦୧୬ ମସିହା ନଭେମ୍ବର ୮ରେ ଯେତେବେଳେ ବିମୁଦ୍ରିକରଣ ଘୋଷଣା କରାଗଲା ସେତେବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ନକଲି ନୋଟ ଜବତ ହୋଇଥିଲା। ମହାରାଷ୍ଟ୍ରରେ ଫଡନାଭିସଙ୍କ ଜାଣତରେ ନକଲି ନୋଟ କାରବାର ଚାଲୁଥିବାରୁ ବିମୁଦ୍ରିକରଣ ବର୍ଷକ ଯାଏ ରାଜ୍ୟରେ ସେପରି କୌଣସି ଘଟଣା ସାମ୍ନାକୁ ଆସିଲାନି।

କିନ୍ତୁ ୨୦୧୭ ମସିହା ଅକ୍ଟୋବର ୮ରେ ଡିଆରଆଇ ୧୪.୫୬ କୋଟି ଟଙ୍କାର ନକଲି ନୋଟ ଜବତ କରିଥିଲା। ବିକେସି ମୁମ୍ବାଇରୁ ଏହି ନକଲି ନୋଟ ଜବତ କରାଯାଇଥିଲେ ହେଁ ମାମଲାକୁ ଫଡନାଭିସ ଚାପି ଦେଇଥିଲେ। ପାକିସ୍ତାନରୁ ଏହି ନୋଟ ଆସୁଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ବେଲ ମିଳିଗଲା। ଏହାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଗଲାନି। ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ହାଜି ଅରାଫତ ଶେଖଙ୍କ ସାନ ଭାଇ। ଶେଖଙ୍କୁ ଫଡନାଭିସ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ କରିଥିଲେ।”