ହାଇକୋର୍ଟ ୫ ଦିନ ସଟ୍ଡାଉନ୍
ହାଇକୋର୍ଟ ୫ ଦିନ ସଟ୍ଡାଉନ୍
କଟକ : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟକୁ ୫ ଦିନ ଯାଏ ଶଟଡାଉନ୍ କରାଯାଇଛି। ଅର୍ଥାତ୍ ଜାନୁଆରୀ ୧୩ରୁ ୧୭ ତାରିଖ ଯାଏ ହାଇକୋର୍ଟ ସଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ୟ୍ୟକାରୀ ହେବ। ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିରେ କୁହାଯାଇଛି, ଜାନୁଆରୀ ୧୮ରୁ ଫେବୃଆରୀ ୪ ତାରିଖ ଯାଏ ହାଇକୋର୍ଟ ଦୁଇ ଡିଭିଜନ୍ ବେଞ୍ଚ ଓ ସାତୋଟି ସିଙ୍ଗଲ ବେଞ୍ଚ କେବଳ ଜରୁରୀ ମାମଲାର ଶୁଣାଣି କରିବେ। ଜାନୁଆରୀ ୧୮ରୁ ଫେବୃଆରୀ ୪ ମଧ୍ୟରେ ସ୍ଥଗିତ ରହିଥିବା ମାମଲା ଗୁଡ଼ିକର ଶୁଣାଣି ଫେବୃଆରୀ ୭ ତାରିଖରୁ ତାଲିକାଭୁକ୍ତ ହେବ। ଏହି ସମୟସୀମା ମଧ୍ୟରେ ରୁଟିନ୍ କାର୍ୟ୍ୟଗୁଡ଼ିକ ମଧ୍ୟ ବନ୍ଦ ରହିପାରେ।
ଏହାସହ ଆଜି ବସିବାକୁ ଥିବା ପୂର୍ଣ୍ଣ କୋର୍ଟ ୧୮ ତାରିଖ ଦିନ ୨ଟା ବେଳେ ଭର୍ଚୁଆଲ୍ ମୋଡରେ ବସିବ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜାରି ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଛି।




admin 