ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଙ୍କ ବିଭାଗିୟ ସମୀକ୍ଷା ବୈଠକ

ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଙ୍କ ବିଭାଗିୟ ସମୀକ୍ଷା ବୈଠକ

ମାନ୍ୟବର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଙ୍କ ବରଗଡ଼ ଜିଲ୍ଲା ର  ସମୀକ୍ଷା ବୈଠକ*

***************************

ରଗଡ : ଓଡ଼ିଶା ସରକାର ଙ୍କ ମାନ୍ୟବର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଙ୍କ ଦ୍ୱାରା ଅଦ୍ୟ ତା ୨୭/୦୧/୨୦୨୩  ରିଖ ରେ ଉପ ବୟନଶିଳ୍ପ ନିର୍ଦେଶକ ବରଗଡ଼ ଙ୍କ କାର୍ଯ୍ୟାଳୟ ରେ ଏକ ସମୀକ୍ଷା ବୈଠକ ହୋଇଥିଲା | ଏହି ଅବସର ରେ ମନ୍ତ୍ରୀ ଶ୍ରୀମତି ସାହୁ  ଜିଲ୍ଲା ରେ ଥିବା ସମସ୍ତ ତନ୍ତୁବାୟ  ସମିତି ଓ ବିଭିନ୍ନ ହସ୍ତତନ୍ତ ଊନ୍ନୟନ ମୂଳକ କାର୍ଯ୍ୟ ର ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ ଏବଂ ସମସ୍ତ ବକେୟା କାର୍ଯ୍ୟ ଆସନ୍ତା ଫେବୃଆରୀ ମାସ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦେଇଥିଲେ | ଏହାସହିତ ସମିତି ଓ ବୁଣାକାର ମାନଙ୍କର ବିଭିନ୍ନ ସମସ୍ୟା ମାନ ଆଲୋଚନା ହୋଇଥିଲା | ସମିତି କୁ ପ୍ରୋତ୍ସାହନ ପ୍ରଦାନ , ହସ୍ତତନ୍ତ ଲୁଗା ବିକ୍ରୟ ଉପରେ ୧୦ ପ୍ରତିଶତ ରିବେଟ ବୃଦ୍ଧି କରିବା , ତନ୍ତଶାଳା ର  ନିର୍ଦ୍ଦେଶାବଳୀ କୋହଳ କରିବା , ବରିଷ୍ଠ ବୁଣାକାର ସହାୟତା ରାଶି ବୃଦ୍ଧି କରିବା ଏବଂ ଜୀବନ ବୀମା ଯୋଜନା ଯଥା ଶୀଘ୍ର ଲାଗୁ କରିବା ପ୍ରଭୁତି ଦାବି / ଅନୁରୋଧ ଉପସ୍ଥାପନା କରାଯାଇଥିଲା | ଉକ୍ତ ଦାବି ଗୁଡିକୁ ବିଚାରକୁ ନେବା ସହିତ କାର୍ଯ୍ୟକାରିତା ଉପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ | ଏହି ବୈଠକ ରେ ଥିବା ସମସ୍ତ କର୍ମଚାରୀ ଏବଂ ସମିତି ର ସଂପାଦକ ମାନଙ୍କୁ ଦାୟିତ୍ୱବାନ ହେବା ସହିତ ସମସ୍ତ ଯୋଗ୍ୟ ବୁଣାକାର ମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ  ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ | ଉକ୍ତ ବୈଠକରେ ଶ୍ରୀ ଶିଶିର କୁମାର ନାଗ , ଉପ ବୟନଶିଳ୍ପ ନିର୍ଦେଶକ ,ବରଗଡ଼, ସମିତି ର ସଂପାଦକ ଓ ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |