ରାଜୀବ ଲୋଚନ ହୋତା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ରାଜୀବ ଲୋଚନ ହୋତା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ରାଜୀବ ଲୋଚନ ହୋତାଙ୍କ ପ୍ରଥମଶ୍ରାଦ୍ଧ ବାର୍ଷିକୀ ପାଳିତ
************************
ବରଗଡ / ବରପାଲି : ରାଜନୀତିର ପ୍ରବାଦ ପୁରୁଷ ବିଜେପୁର ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ସ୍ବର୍ଗତ ରାଜୀବ ଲୋଚନ ହୋତାଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି।ପରିବାର ପକ୍ଷରୁ ଅତି ନିରାଡମ୍ବର ସହ ସ୍ଵର୍ଗତ ହୋତା ଙ୍କ ଶ୍ରାଦ୍ଧବାର୍ଷିକୀ କୁ କେବଳ ତାଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭିତରେ ସୀମିତ ରଖି ଆୟୋଜନ କରିଥିଲେ। ଏହି ଅବସରରେ ତାଙ୍କର ସୁପୂତ୍ର ସମାଜସେବୀ ଶ୍ରୀ ନରେନ୍ଦ୍ର କୁମାର ହୋତା ତରଫରୁ ନିର୍ମାଣ କରାଯାଇଥିବା ସ୍ଵର୍ଗତ ହୋତା ଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀଟିଏ ଉନ୍ମୋଚନ କରାଇଥିଲେ | ଏହି ଶୁଭ ଅବସରରେ ଅନୁଷ୍ଠାନ ଚେୟାରମେନ ସର୍ବଶ୍ରୀ ନରେନ୍ଦ୍ର କୁମାର ହୋତା, ସଭାପତି ଶ୍ରୀଯୁକ୍ତ ହିମାଂଶୁ ମୋହନ ଦେଓ, ସହ ସଂପାଦକ ଶ୍ରୀ ସରୋଜ କୁମାର ମେହେର ,ବିଶିଷ୍ଟ ସମ୍ବଲପୁରୀ ଲେଖକ ଓ ପ୍ରକାଶକ ଶ୍ରୀ ଗୌରାଙ୍ଗ ପାଣ୍ଡେ, ପଶ୍ଚିମା ନିଉଜର ମୁଖ୍ୟ ହର୍ଷ ବେହେରା ଏବଂ ଅନ୍ୟ ବହୁ ରାଜୀବ ପ୍ରେମୀ ଉପସ୍ଥିତ ରହି ସ୍ଵର୍ଗତ ହୋତା ଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।




admin 