ସ୍ୱାସ୍ଥ୍ୟ ମନ୍ତ୍ର

ସ୍ୱାସ୍ଥ୍ୟ ମନ୍ତ୍ର

ସ୍ୱାସ୍ଥ୍ୟ ମନ୍ତ୍ର
ଏକାଧିକ ଗୁଣକାରୀ ଉପାଦାନରେ ଶକନା ଶାଗ ଭରପୁର । ଏଥିରେ ପ୍ରଚୁର ପରିମାଣରେ ଏଣ୍ଟିଅକ୍ସିଡାଣ୍ଟ ଥିବାରୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ । ନିୟମିତ ଖାଇବା ଦ୍ୱାରା ହୃଦଧମନି ରୋଗ ଆଶଙ୍କା ଦୂର ହୁଏ । ଏହା ମଧୁମେହ ପ୍ରତିରୋଧୀ । ଶକନା ଶାଗ ସହିତ ସୁପ୍, ଚଟଣି ବନାଇ ଖାଆନ୍ତୁ । ରକ୍ତ ଶର୍କରା ନିୟନ୍ତ୍ରଣରେ ରହିବ । କୋଲେଷ୍ଟ୍ରଲ, ଚର୍ବି ସମସ୍ୟାରେ ପଡ଼ିଥିଲେ ଶଜନା ଶାଗ ଖାଆନ୍ତୁ; କମିଯିବ । ଏଥିରେ ଥିବା ତନ୍ତୁ ହଜମ ଶକ୍ତିକୁ ବଢ଼ାଏ । ଏହା ଦ୍ୱାରା ଅନ୍ତନଳି ସୁରକ୍ଷିତ ରହେବ । କୋଷ୍ଠକାଠିନ୍ୟ ହୁଏନାହିଁ । ରକ୍ତହୀନତା ଓ ଦୁର୍ବଳ ଦୃଷ୍ଟିଶକ୍ତି ପାଇଁ ଶଜନା ଶାଗ ଉପକାରୀ । ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ । ଶଜନା ଶାଗ ଖାଇଲେ ଅନିୟମିତ ଋତୁସ୍ରାବ ସମସ୍ୟା ହୁଏନାହିଁ ଏବଂ ଯନ୍ତ୍ରଣାରୁ ଉପଶମ ମିଳେ ।