ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି

ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି

ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ପରେ ଦୁଇଦିନ ଧରି ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି। ନୀଳଗିରି ବନ ବିଭାଗ ଅଧିନ ଏହି ସଂରକ୍ଷିତ ଜଙ୍ଗଲ ବଲବଲିଆ ଅଞ୍ଚଳରେ କେହି ନିଆଁ ଲଗାଇଦେଇଥିବାରୁ ମାଇଲ ମାଇଲ ଜଙ୍ଗଲ ଏବେ ହୁତୁ ହୁତୁ ହୋଇ ଜଳୁଛି। ଜଙ୍ଗଲରେ ଗଛଲତା ଶୁଖିଲା ହୋଇ ପଡ଼ିଥିବା ବେଳେ ନିଆଁ କ୍ଷଣିକ ଭିତରେ ଚାରିଆଡେ ବ୍ୟାପି ଚାଲିଛି। ବନକର୍ମଚାରୀ ଓ ସ୍ଥାନୀୟ ବନ ସଂରକ୍ଷଣ ସମିତିର ସଭ୍ୟମାନେ ନିଆଁ ଆୟତ୍ତ କରିବା ପାଇଁ ଫାୟାର ବ୍ଲୋର ମେସିନ ସାହାଯ୍ୟରେ ଲାଗି ପଡିଥିବା ଦେଖାଯାଇଛି। ଆଜି ଏଭଳି ନିଆଁର ତାଣ୍ଡବ ଦେଖିବା ପରେ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନୀଳଗିରି ରେଞ୍ଜର ମନ୍ଵର ଖାଁଙ୍କ ନିର୍ଦ୍ଦେଶରେ ବନକର୍ମଚାରୀ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଛନ୍ତି।ଏବେ ସୁଦ୍ଧା ନିଆଁ ଆୟତ୍ତ ହୋଇ ନଥିବା ବେଳେ ପାହାଡ଼ର ଅଗ୍ର ଭାଗକୁ ନିଆଁ ବ୍ୟାପି ଚାଲିଥିବା ଦେଖିବାକୁ ମିଳିଛି।