ପୂର୍ବଭଳି ସ୍ଥିତି ହେବ ନାହିଁ : ଗଞ୍ଜାମ ଜିଲ୍ଲାପାଳ

ପୂର୍ବଭଳି ସ୍ଥିତି ହେବ ନାହିଁ : ଗଞ୍ଜାମ ଜିଲ୍ଲାପାଳ

ପୂର୍ବଭଳି ସ୍ଥିତି ହେବ ନାହିଁ : ଗଞ୍ଜାମ ଜିଲ୍ଲାପାଳ
ଭୁବନେଶ୍ୱର : ଏରେ ଦେଶରେ କାରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗଞ୍ଜାମର କରୋନା ସ୍ଥିତି ନେଇ ଜିଲ୍ଲାପାଳ ପ୍ରତିକି୍ରୟା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, ପୂର୍ବଭଳି ସ୍ଥିତି ହେବାର ଚାନ୍ସ ନାହିଁ , ଆମେ ୧୫ ଦିନ ହେଲା ମନିଟର କରୁଛୁ । ଏବେ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସତର୍କ ଅଛି । ପ୍ରବାସୀ ଓଡିଆ ଫେରିବାର କିଛି ସୂଚନା ନାହିଁ । କୋଭିଡ ଗାଇଡଲାଇନ ପାଳନ ଉପରେ ଜୋର ଦିଆଯାଇଛି । ଜିଲ୍ଲାରେ ପ୍ରତିଦିନ ଏକ ହଜାରରୁ ଅଧିକ ଟେଷ୍ଟିଂ କରୁଛୁ ବୋଲି ଜିଲ୍ଲାପାଳ କହିଥିଲେ ।