ସ୍ବାମୀଙ୍କ ଆଗରେ ନଦୀକୁ ଡେଇଁ ପଡ଼ିଲେ ପତ୍ନୀ
ସ୍ବାମୀଙ୍କ ଆଗରେ ନଦୀକୁ ଡେଇଁ ପଡ଼ିଲେ ପତ୍ନୀ
ଲମତାପୁଟ : ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ୱାମୀ ଆଗରେ ନଈକୁ ଡେଇଁ ପଡ଼ିଲେ ପତ୍ନୀ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଞ୍ଚଳରେ । ମୃତ ମହିଳା ହେଲେ କୁକୁଡ଼ାପୁଟ ଗାଁର ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ପଦ୍ମା ଖରା (୩୮) । ନନ୍ଦପୁର ଅଗ୍ନିଶମ କର୍ମଚାରୀ ୫ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଛନ୍ତି । ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ଶନିବାର ଅପରାହ୍ନରେ ସ୍ୱାମୀଙ୍କ ସହ ପଦ୍ମା ତାଙ୍କ ବାପ ଘର କୁକୁଡ଼ାପକ୍ଷୀ ଗାଁରୁ ସାଇକେଲରେ ଫେରେୁଥିଲେ । ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ପଦ୍ମା ପାଡୁଆ ବଡ଼ଦେବତା ମନ୍ଦିର ବ୍ରିଜ୍ ଉପରୁ ହଠାତ ପାତାଳୀ ନଦୀକୁ ଡେଇଁ ପଡିଥିଲେ ।




admin 