ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ

ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ

ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ଦିଲ୍ଲର ଦ୍ୱାରକାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ ହୋଇଛି ।  ଛାତ୍ରୀ ଜଣଙ୍କ ଏବେ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ମୁହଁର ୮ ପ୍ରତିଶିତ ଜଳି ଯାଇଛି । ଆଖି ମଧ୍ୟ ପ୍ରଭାବିତ ହୋଇଛି । ଛାତ୍ରୀଙ୍କ ବୟସ ୧୭ବର୍ଷ । 

ସୂଚନା ଅନୁସାରେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିଲେ । ଉକ୍ତ ମାମଲାରେ ପୁଲିସ୍‌ ୩ଜଣଙ୍କୁ ଗିରଫ କରିଛି । ପୀଡିତା ଛାତ୍ରୀଙ୍କ ବାପା କହିଛନ୍ତି, ମୋର ଦୁଇ ଝିଅ ସକାଳ ୭.୩୦ ସମୟରେ ସ୍କୁଲ ଯାିଥିଲେ । ତେବେ ସେମାନେ କିଛି ବାଟ ଚାଲିକି ଯିବାପରେ ଦୁଇ ଜଣ ଦୁର୍ବୃତ୍ତ ଆସି ମୋ ବଡ ଝିଅ ଉପରକୁ ଏସିଡ୍‌ ପକାଇଥିଲେ । ତେବେ ତାଙ୍କ ଝିଅର କାହା ସହ ଶତ୍ରୁତା ନଥିବା କି କେହି ତାଙ୍କୁ ହଇରାଣ କରିନଥିବା ସେ କହିଛନ୍ତି ।

ଏହି ଘଟଣାର ଏକ ଭିଡିଓ ଜାରି ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ୨ଜଣ ଝିଅ ରାସ୍ତାକଡରେ ଚାଲିଚାଲି ଯାଉଥିବାବେଳେ ହଠାତ ଏକ ବାଇକ୍‌ ସେମାନଙ୍କ ନିକଟରେ ରହିଥିଲା ଏବଂ ବାଇକରେ ଥିବା ଜଣେ ଯୁବକ ଝିଅଟିର ମୁହଁକୁ କିଛି ତରଳ ଜିନିଷ ଫୋପାଡି ଥିଲା । ଏହାପରେ ଛାତ୍ରୀଜଣଙ୍କ ତାଙ୍କ ମୁହଁକୁ ଧରି ଦୌଡି ଥିଲେ । ସେ ଅତ୍ୟଧିକ ଯନ୍ତ୍ରଣାରେ ଥିବା ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । କମିସନର ଏକ ଟିମ୍‌ ହସ୍ପିଟାଲରେ ପହଂଞ୍ଚି ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।