ସ୍କୁଲ୍ ବାରଣ୍ଡାରେ ଯୁବକ-ଯୁବତୀଙ୍କ ଝୁଲନ୍ତା ଶବ
ସ୍କୁଲ୍ ବାରଣ୍ଡାରେ ଯୁବକ-ଯୁବତୀଙ୍କ ଝୁଲନ୍ତା ଶବ
କଟକ: ରାଜ୍ୟରେ ଏବେ ପ୍ରତିଦିନ ହତ୍ୟା ଓ ଆତ୍ମହତ୍ୟାର ଖବର ଆସିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଆଜି ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହକୁ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଛି । ତାହା ପୁଣି ଝୁଲନ୍ତା ଅବସ୍ଥାରେ ।
କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ଉଭୟଙ୍କକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଉଭୟ ଯୁବକ ଯୁବତୀ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଥିବାବେଳେ ଖବର ଲେଖା ସୁଦ୍ଧା ମୃତୁ୍ୟର କାରଣ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।
ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।




admin 