ସ୍କୁଟିରେ ଯାଉଥିଲେ ମହିଳା, ୩ କିମି ଘୋଷାରିନେଲା ଟ୍ରକ୍
ସ୍କୁଟିରେ ଯାଉଥିଲେ ମହିଳା, ୩ କିମି ଘୋଷାରିନେଲା ଟ୍ରକ୍
ବାନ୍ଦା : ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା ଏବେ ଚର୍ଚ୍ଚାରେ ରହିଥିବାବେଳେ ଉତ୍ତରପ୍ରଦେଶର ବାନ୍ଦାଠାରେ ଘଟଛି ଆଉ ଏକ ଅନୁରୂପ ଘଟଣା । ବୁଧବାର ବାନ୍ଦାଠାରେ ଏକ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଏକ ଟ୍ରକ୍ ଧକ୍କା ଦେଇ ୩କିମି ଘୋଷାରି ନେଇଥିବା ଜଣାପଡିଛି । ବାନ୍ଦା ଜିଲ୍ଲାର ମୱାଇ ବୁଜୁର୍ଗୁ ଗାଁ’ ନିକଟରେ ଘଟିଛି ଏହି ଘଟଣା । ପ୍ରାରମ୍ବିକ ରିପୋର୍ଟ ଅନୁସାରେ, ଦୁର୍ଘଟଣା ପରେ ମହିଳାଙ୍କ ଶରୀର ଟ୍ରକର ଚେଚିସରେ ଲାଗି ରହିବା ଯୋଗୁ ଟ୍ରକରେ ନିଆଁ ଲାଗିଯାଇଥିଲା । ମହିଳାଙ୍କ ସ୍କୁଟି ଏହି ନିଆଁରେ ପୋଡି ପାଉଁଶ ହୋଇଯାଇଛି ।
ନିଆଁଲିଭାଳି ଓ ପୁଲିସ୍ ପହଞ୍ଚି ନିଆଁ ଲିଭାଇବା ସହ ଟ୍ରକ୍ ଚେଚିସରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ବାହାରକୁ ଆଣିଥିଲେ । ମୃତା ମହିଳାଙ୍କ ନାମ ପୁଷ୍ପା ଏବଂ ସେ ନିକଟସ୍ଥ ଏକ ବିଶ୍ୱବିଦ୍ୟାଳୟରେ କିରାଣି ଭାବେ କାମ କରୁଥିଲେ । ସେ କିଛି ଘରୋଇ ଜିନିଷ କିଣିବାକୁ ବଜାରକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟଥିଲା । ସବୁଠୁ ଦୁଃଖଦ ବିଷୟ ହେଲା, ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଟ୍ରକକୁ ଅଟକାଇ ନଥିଲା । ରାସ୍ତାରେ ଯାଉଥିବା ଲୋକମାନେ ପାଟି କରି ଟ୍ରକକୁ ଅଟକିବାକୁ କହିଥିଲେ ମଧ୍ୟ ଟ୍ରକ୍ ଡ୍ରାଇଭର ସେହିପରି ଅପସ୍ଥାରେ ମହିଳାଙ୍କୁ ୩ କିଲୋମିଟର ଯାଏ ଘୋଷଡି ନେଇଥିଲା । ପୀଡିତା ଜଣକ ଲକ୍ଷେ୍ନøର ବାସିନ୍ଦା । ତାଙ୍କ ମର ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଟ୍ରକ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।




admin 