ସୋମବାରରୁ କଲେଜ, ବିଶ୍ଵବିଦ୍ୟାଳୟ ବନ୍ଦ
ସୋମବାରରୁ କଲେଜ, ବିଶ୍ଵବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର:କରୋନା ବଢିବା ସହ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି ସରକାର। ସ୍କୁଲ ଭଳି ଏବେ ବନ୍ଦ ହେବ କଲେଜ। ଆସନ୍ତା ଜାନୁଆରୀ ୧୦ରୁ ରାଜ୍ୟରେ ଥିବା ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ । ବୈଷୟିକ ଶିକ୍ଷାନୁଷ୍ଠାନ ବି ବନ୍ଦ ରହିବ। ହେଲେ ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ନୂଆ ଗାଇଡଲାଇନରେ କହିଛନ୍ତି ।
ଏହି ଗାଇଡଲାଇନ ଅନୁଯାୟୀ ସବୁ କଲେଜ ଓ ୟୁନଭର୍ସିଟି ବନ୍ଦ ରହିଥିବାବେଳେ ଅନଲାଇନରେ କିନ୍ତୁ ଜାରି ରହିବ ପାଠପଢ଼ା । ତେବେ ବର୍ତ୍ତମାନ ଜାରି ରହିଥିବା ଅଫଲାଇନ ପରୀକ୍ଷା ଜାରି ରହିବ । ସେହିପରି କୋଚିଂ ସେଣ୍ଟର ବି ଆସନ୍ତା ୧୦ରୁ ବନ୍ଦ ରହିବ। ୭ ତାରିଖରୁ ରାଜ୍ୟରେ ସ୍କୁଲ ବନ୍ଦ ହୋଇଛି।




admin 