ସୋନୁ ସୁଦ୍ଙ୍କ ଭଉଣୀଙ୍କ ପାଇଁ ବଳି ପଡ଼ିଲେ ବିଧାୟକ, ବିଜେପିରେ ଯୋଗଦେଲେ
ସୋନୁ ସୁଦ୍ଙ୍କ ଭଉଣୀଙ୍କ ପାଇଁ ବଳି ପଡ଼ିଲେ ବିଧାୟକ, ବିଜେପିରେ ଯୋଗଦେଲେ
ଚଣ୍ଡିଗଡ଼: ସୋନୁ ସୁଦଙ୍କ ଭଉଣୀଙ୍କ ପାଇଁ ବଳି ପଡ଼ିଲା ବର୍ତ୍ତମାନର ବିଧାୟକଙ୍କ ଆସନ। କ୍ଷୁବ୍ଧ ପଞ୍ଜାବ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ସୋନୁସୁଦ୍ଙ୍କ ଭଉଣୀ ମାଳବିକା ସୁଦ୍ଙ୍କୁ ମିଳିଛି ମୋଗା ବିଧାନସଭା ଆସନ। ଏହି ଆସନରୁ ବାରମ୍ବାର ଜିତି ଆସୁଛନ୍ତି ହାରଜୋତ କମଲ।କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ଉପେକ୍ଷା କରାଯାଇ ମାଳବିକାଙ୍କୁ ଟିକେଟ୍ ଦିଆଯାଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରି କମଲ କହିଛନ୍ତି ତାଙ୍କୁ ଅନ୍ୟ ସ୍ଥାନରୁ ଲଢ଼ିବାକୁ କୁହାଯାଇଛି। ହେଲେ ସେ ଯେଉଁ ଆସନରୁ ଲୋକଙ୍କ ସେବା କରି ଆସିଛନ୍ତି ତାହାକୁ ଛାଡ଼ି ଅନ୍ୟ ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି କହିଛନ୍ତି। ଯେଉଁ ଦଳ ପାଇଁ ସେ ୨୧ ବର୍ଷ ହେଲା ସେବା କରି ଆସିଥିଲେ ସେହି ଦଳ ତାଙ୍କୁ ଅପମାନିତ କରିଛି ବୋଲି କମଲ ବିଜେପିରେ ଯୋଗ ଦେବା ପରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଫେବୃୟାରି ୧୪ରେ ପଞ୍ଜାବରେ ନିର୍ବାଚନ ହେବ।




admin 