ଟିକେଟ୍‌ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ସମାଜବାଦ ପାର୍ଟି ନେତା

ଟିକେଟ୍‌ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ସମାଜବାଦ ପାର୍ଟି ନେତା

ଟିକେଟ୍‌ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ସମାଜବାଦ ପାର୍ଟି ନେତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନିର୍ବାଚନୀ ମାହୋଲ ଗରମ ହୋଇଛି। ଦଳବଦଳ ରାଜନୀତି ମଧ୍ୟ ଜୋର ଧରିଛି। ଏହା ମଧ୍ୟରେ ଉତ୍ତରପ୍ରଦେଶରେ ସମାଜବାଦ ପାର୍ଟି ପକ୍ଷରୁ ଟିକେଟ୍‌ ଘୋଷଣା କରାଯାଇଛି। ତେବେ ଟିକେଟ୍‌ ନ ମିଳିବାରୁ ପାର୍ଟି ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଟିକେଟ୍‌ ନ ମିଳିବାରୁ ଜଣେ ଏସି୍‌ପି ନେତା ପାର୍ଟି କାର୍ୟ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଲ୍ଲୀଗଡ଼ ଆସନରୁ ଟିକେଟ୍‌ ଆଶା ରଖିଥିବା ନେତା ଆଦିତ୍ୟ ଠାକୁର ଅସନ୍ତୋଷ ପ୍ରକାଶ କରି ଏପରି ଉଦ୍ୟମ କରିଛନ୍ତି। ଫଳରେ ଏହାକୁ ନେଇ ପାର୍ଟି କାର୍ୟ୍ୟାଳୟ ସମ୍ମୁଖରେ ଲୋକଙ୍କ ଗଳହି ହୋଇଥିଲା। ଖବର ପାଇ ପୁଲିସ ତାଙ୍କୁ ଏଥିର କ୍ଷାନ୍ତ କରାଇଥିଲା। ଆଦିତ୍ୟ ଠାକୁର ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ହୋଇ ସେ ଏପରି ଉଦ୍ୟମ କରିଥିଲେ।