ସୋନୁ ନିଗମଙ୍କ ପୂରା ପରିବାର କରୋନା ସଂକ୍ରମିତ
ସୋନୁ ନିଗମଙ୍କ ପୂରା ପରିବାର କରୋନା ସଂକ୍ରମିତ
ମୁମ୍ବାଇ: ବଲିଉଡର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ, ପତ୍ନୀ ମଧୁରିମା ଓ ପୁଅ ନେବାନ କରୋନା ସଂକ୍ରମିତ ହୋଇଛନ୍ତି। ସୋନୁ ଏବେ ପରିବାର ସହ ଦୁବାଇରେ ଥିବା ବେଳେ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ଏକ ଭିଡିଓ ଶେଆର କରି ସୋନୁ କହିଛନ୍ତି, ସୁପର ସିଙ୍ଗର ସିଜିନ-୩ ଓ ଏକ କନସର୍ଟ ପାଇଁ ଖୁବ୍ ଶୀଘ୍ର ଭାରତ ଆସିଥାନ୍ତି। ହେଲେ ଏହା ପୂର୍ବରୁ ନିଜର କରୋନା ଟେଷ୍ଟ କରାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଛି। ଥରକରେ ବିଶ୍ୱାସ ନ ହେବାରୁ ସମୁଦାୟ ୩ ଥର ଟେଷ୍ଟ କରାଇଲି। ଆଉ ସବୁ ଥର ରିପୋର୍ଟ ପଜିଟିଭ ଆସିଥିଲା ବୋଲି କହିଲେ ସୋନୁ।
ଏଥିସହ ସେ କହିଛନ୍ତି, ମୋ ଚତୁଃପାର୍ଶ୍ୱରେ ବହୁ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହା ଖୁବ୍ କ୍ଷିପ୍ର ବେଗରେ ବ୍ୟାପୁଛି। ଏବେ ମୋର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ହେଲେ ଠିକ୍ ସମୟରେ ସାମିଲ ନ ହୋଇପାରିବାରୁ ଆୟୋଜକଙ୍କର ଖୁବ୍ କ୍ଷତି ହେଉଥିବାରୁ ଖରାପ ଲାଗୁଥିବା କହିଛନ୍ତି ସୋନୁ।
ହେଲେ ସୋନୁ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ଆୟୋଜକଙ୍କ ତରଫରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୋନୁଙ୍କ ବଦଳରେ ସିଙ୍ଗର ସାନ୍ କନସର୍ଟରେ ଯୋଗ ଦେଇଥିବା ବେଳେ ସୁପର ସିଙ୍ଗରରେ ତାଙ୍କ ସ୍ଥାନରେ ଅନୁ ମଲ୍ଲିକଙ୍କୁ ନିଆଯାଇଛି।




admin 