ସେପ୍ଟେମ୍ବର ୧ରୁ ଓଏସ୍ଏସ୍ଟିଇଟି ପରୀକ୍ଷା
ସେପ୍ଟେମ୍ବର ୧ରୁ ଓଏସ୍ଏସ୍ଟିଇଟି ପରୀକ୍ଷା
କଟକ: ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା (ଓଏସ୍ଏସ୍ଟିଇଟି) ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ । ରାଜ୍ୟରେ ୨୮୮ଟି କେନ୍ଦ୍ରରେ ପ୍ରାୟ ୫୩ ହଜାର ୫୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ୧ ତାରିଖରେ ହେବାକୁ ଥିବା ଏହି ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପର୍ୟ୍ୟାୟ ପରୀକ୍ଷା ସକାଳ ୯ ଟାରୁ ସାଢ଼େ ୧୧ଟା ପର୍ୟ୍ୟନ୍ତ ଚାଲିବ । ୧୫୦ ନମ୍ବର ସମ୍ବଳିତ ପରୀକ୍ଷା ଲାଗି ଅଢ଼େଇ ଘଣ୍ଟା ସମୟ ଧାର୍ୟ୍ୟ ରହିଛି ।
ଉକ୍ତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ ଲାଗି ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ୯୦ ନମ୍ବର ଧାର୍ଧ୍ୟ ହୋଇଥିବା ବେଳେ ଅନୁସୂଚି ଜାତି/ ଅନୁସୂଚିତ ଜନଜାତି ଏବଂ ଓବିସିଙ୍କ ଲାଗି ୭୫ ନମ୍ବର ଧାର୍ୟ୍ୟ ରହିଛି ।
ସୂଚନାଯୋଗ୍ୟ ପରୀକ୍ଷାର୍ଥୀଙ୍କ ୫୩ ହଜାର ଅତିକ୍ରମ କରିଥିବାରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଏଥର ବୃଦ୍ଧି କରାଯାଇଛି ।




admin 