ସେପ୍ଟେମ୍ବରରେ କଂଗ୍ରେସର ନୂଆ ସଭାପତି ନିର୍ବାଚନ!

ସେପ୍ଟେମ୍ବରରେ କଂଗ୍ରେସର ନୂଆ ସଭାପତି ନିର୍ବାଚନ!

ସେପ୍ଟେମ୍ବରରେ କଂଗ୍ରେସର ନୂଆ ସଭାପତି ନିର୍ବାଚନ!

ନୂଆଦିଲ୍ଲୀ: କଂଗ୍ରେସର କାର୍ୟ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା ୩ ଘଣ୍ଟା ଧରି ଅନୁଷ୍ଠିତ କାର୍ୟ୍ୟକାରିଣୀ ବୈଠକରେ ଦଳର ସଭାପତି ନିର୍ବାଚନ ନେଇ ମନ୍ଥନ ହୋଇଥିଲା । ଆଗାମୀ ସେପ୍ଟେମ୍ବରରେ କଂଗ୍ରେସ ସଭାପତି ନିର୍ବାଚନ କରାଇବାକୁ ଯୋଜନା ହୋଇଥିବା ଖବର ମିଳିଛି ଏବଂ ସେ ପର୍ୟ୍ୟନ୍ତ ସୋନିଆ ଗାନ୍ଧି ହିଁ ଦଳର ସଭାପତି ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି  । ବୈଠକରେ ପଂଜାବ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ପୁଣି ଥରେ ରାହୁଲ ଗାନ୍ଧି ସଭାପତି ଦାୟିତ୍ୱ ଗ୍ରହଣ କରିବାକୁ କହିଥିଲେ । ଏ ବାବଦରେ ରାହୁଲ କହିଥିଲେ ଯେ ସେ ପୁଣିଥରେ କଂଗ୍ରେସ ସଭାପତି ହେବାନେଇ ବିଚାର କରିବେ । ରାହୁଲ ସଭାପତି ହେବା ସମସ୍ତେ ଚାହୁଛନ୍ତି ବୋଲି ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି କହିଥିଲେ । ସୂଚନାଯୋଗ୍ୟ, ଏହି ବୈଠକ ଦଳର ଅସନ୍ତୁଷ୍ଟ ନେତାଙ୍କ ଦାବି ଆଧାରରେ ଡକାଯାଇଥିଲା । ପ୍ରାୟ ଦେଢ଼ ବର୍ଷ ଧରି ନୂଆ ସଭାପତି ନିର୍ବାଚନ ପାଇଁ ଦାବି ଉଠିଥିବା ବେଳେ ନିକଟରେ ଏହି ପ୍ରସଙ୍ଗରେ ଜି-୨୩ ନେତାମାନେ ମୁଖର ହୋଇଉଠିଥିଲେ । ବୈଠକ ପରେ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ବୈଠକରେ ୩ଟି ପ୍ରସ୍ତାବ ପାରିତ ହୋଇଛି । ଦେଶର ରାଜନୈତିକ ସ୍ଥିତି, ମୁଦ୍ରାସ୍ଫୀତି ଏବଂ ଗୁରୁତର କୃଷି ସଙ୍କଟକୁ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା ।