ସୁଟିଙ୍ଗ ସେଟକୁ ଆସୁଛନ୍ତି କଳାକାରଙ୍କ କୁକୁର

ସୁଟିଙ୍ଗ ସେଟକୁ ଆସୁଛନ୍ତି କଳାକାରଙ୍କ କୁକୁର

ସୁଟିଙ୍ଗ ସେଟକୁ ଆସୁଛନ୍ତି କଳାକାରଙ୍କ କୁକୁର

ଟେଲି କଳାକାରଙ୍କ ନୂଆ ଷ୍ଟାଇଲ୍ ଆରମ୍ଭ ହୋଇଛି । ସେଟ୍କୁ ଏବେ ସେମାନଙ୍କ ପୋଷା କୁକୁର, ବିଲେଇ ନେଇ ଆସୁଛନ୍ତି । ପ୍ରଯୋଜକ, ନିର୍ଦେଶକ ଏସବୁ ଦେଖି କ’ଣ ଯେ ଆଉ ପ୍ରତିବାଦ କରିବେ । ଦିନକୁ ଦିନ ଏହି ତାଲିକା ବଢ଼ି ମଧ୍ୟ ଚାଲିଲାଣି । ନିକଟରେ ଅଭିନେତା କ୍ରିଷ୍ଣା କୌଲ୍ ତାଙ୍କ କୁକୁର ‘ଫ୍ଲାଶ’କୁ ଧରି ବିଜ୍ଞାପନ ସୁଟିଂ ସେଟ୍ରେ ପହଚିଂଲେ । 

କୁକୁରକୁ ଜଗିବା ପାଇଁ ପୁଣି ଜଣେ ଲୋକ ବି ସାଙ୍ଗରେ ଆସିଥାଏ । ଏହା ସତ୍ତ୍ୱେ କୁକୁର କେତେଜଣଙ୍କୁ ଆକ୍ରମଣ କଲା । କ୍ରିଷ୍ଣାଙ୍କୁ ପ୍ରଯୋଜକ ଫୋନ୍ କରି ଜଣାଇଲେ, ଆସନ୍ତା ଥରଠାରୁ ଏପରି ସେ ନ କରବା ଭଲ । କ୍ରିଷ୍ଣାଙ୍କର କିନ୍ତୁ  ଗୋଟିଏ ଜିଦ୍ ଯେ ସେ କୁକୁରକୁ ସାଙ୍ଗରେ ନେଇ ସେଟ୍କୁ ଆସିବେ । ତାଙ୍କ ଦେଖାଦେଖି ଅନ୍ୟ କେତେଜଣ ମଧ୍ୟ ସେଟ୍କୁ କୁକୁର ନେଇ ଆସୁଛନ୍ତି ।